ବ୍ଳକରେ ଅର୍ଥ ନଥିବାରୁ ୭୫ଟି ଆବାସ ଯୋଜନା କାର୍ଯ୍ୟ ଠପ ; ଚିନ୍ତାରେ ହିତାଧିକାରୀ
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକରେ ଅର୍ଥ ନ ଥିବାରୁ ବିଭିନ୍ନ ପଞ୍ଚାୟତରେ ୭୫ଟି ଆବାସ ଯୋଜନା ଏବେ କାମ ନ ହୋଇ ପଡି ରହିଛି । ଜିଲ୍ଲା ଓ ବ୍ଳକ ସ୍ତରରେ ତୁରନ୍ତ ଘର କାମ ଶେଷ କରିବା ପାଇଁ ହିତାଧିକାରୀଙ୍କ ପାଖକୁ ନୋଟିସ ପଠାଯାଉଛି । ଏପଟେ ହିତାଧିକାରୀ ଧାର କରଜ କରି ଘର କାମ ଶେଷ କରି ଏବେ ପଇସା ପାଉନାହାନ୍ତି । ଯାହାକୁ ନେଇ ସାକ୍ଷୀଗୋପାଳରେ ଅସନ୍ତୋଷ ପ୍ରକାଶ ପାଇଛି । ସୁଚନା ଯୋଗ୍ୟ ଯେ ଅନ୍ୟ ପକ୍ଷେ ଜିଲ୍ଲା ସ୍ତରରେ ତୁରନ୍ତ ଆବାସ ଯୋଜନା ଗୃହ ଗୁଡିକ କାର୍ଯ୍ୟାଦେଶ ପାଇବା ପର ଠାରୁ ଚାରିମାସ ମଧ୍ୟରେ ଘର କାମ ଶେଷ କଲେ ୨୦ ହଜାର ଟଙ୍କା ବୋନସ । ଛଅ ମାସ ମଧ୍ୟରେ ଘର କାମ ଶେଷ କଲେ ୧୦ ହଜାର ଟଙ୍କା ବୋନସ ପାଇବା ପାଇଁ ସରକାର ଘୋଷାଣା କରିଛନ୍ତି । ମାତ୍ର ବ୍ଳକ ପ୍ରଶାସନ ପାଖରେ ଆବାସ ଯୋଜନାରେ ଅର୍ଥ ନ ଥିବାରୁ ସତ୍ୟବାଦୀ ବ୍ଳକରେ ପ୍ରାୟ ୭୫ଜଣ ଆବାସ ଯୋଜନାରେ ଘର କରି ନାହିଁ ନଥବା ହଇରାଣ ଭୋଗୁଥିବା ଅଭିଯୋଗ ହୋଇଛି । କିଏସେ ଧାର କରଜ କରି ଛାତ ପକାଇ ଦେଇଛିତ କିଏସେ ଛାତ ପକାଇବା ପାଇଁ ପଟା ବାଡେଇ ଦେଇଛି । କିଏସେ ନିମଟଲ ପକାଇବା ପାଇଁ ଅପେକ୍ଷା କରିଛି । ପ୍ରତିଦିନ ବ୍ୟାଙ୍କ କୁ ଦୌଡି ଦୌଡି ନିରାଶ ହୋଇ ଘରକୁ ଫେରୁଥିବା ଜଣାପଡିଛି । ରାଜ୍ୟ ସରକାର ହିତାଧିକାରୀ ମାନଙ୍କୁ ପ୍ରଥମ କିସ୍ତିରେ ୨୦ ହଜାର, ୨ୟ କିସ୍ତିରେ ୩୦ ହଜାର, ୩ୟ କିସ୍ତିରେ ୪୦ ହଜାର ଶେଷ ବା ଫାଇନାଲ କିସ୍ତି ୩୦ ହଜାର ଟଙ୍କା ଦେବାର ନିୟମ ରହିଛି । ଅନ୍ୟ ପକ୍ଷେ ଗ୍ରାମ ପଞ୍ଚାୟତ ଅଧିକାରୀ ମାନେ ହିତାଧିକାରି ମାନଙ୍କୁ ତମର ବିଲ ହୋଇଯାଇଛି ଟଙ୍କା ତମ ଆକାଉଣ୍ଟକୁ ଆସି ଯିବନି ଯାଇକି ବ୍ୟାଙ୍କରେ ଚେକ କରିବା ପାଇଁ ହିତାଧିକାରୀ ମାନଙ୍କୁ କହୁଥିବା ଜଣାପଡିଛି । ମାତ୍ର ପକୃତ ପକ୍ଷେ ଆବାସ ଯୋଜନାରେ ଅର୍ଥ ନଥିବାରୁ ବିଲ ପେମେଣ୍ଟ ହୋଇ ପାରୁନାହିଁ ବୋଲି ବିଡିଓ କ୍ଷୀରୋଦ କୁମାର ବେହେରା କହିନ୍ତି । ଏହା କେବଳ ଆମ ବ୍ଳକର ନୁହେଁ ପୁରୀ ଜିଲ୍ଲାରେ ଏହିପରି ଅସୁବିଧା ହୋଇଛି । ବହୁ ଶିଘ୍ର ଅର୍ଥ ଆସିଲେ ସଙ୍ଗେ ସଙ୍ଗେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଯିବ ବୋଲି ସେ କହିଛନ୍ତି । ବ୍ଳକ ପ୍ରଶାସନ ପକ୍ଷରୁ ସମସ୍ତ କାଗଜ ପତ୍ର କାମ ସରିଛି ଅର୍ଥ ମଞ୍ଜୁର ହେଲେ ଟଙ୍କା ହିତାଧିକାରୀ ମାନଙ୍କ ଆକାଉଣ୍ଟକୁ ଯିବ ବୋଲି ବିଡିଓ ଶ୍ରୀ ବେହେରା କହନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୩/୨୦୨୧-----୪,୫୦
Sakhigopal News,3/5/2021