ରୁଚି ମହିଳା କବାଡି ଚାମ୍ପିଅନସିପି ୧୪ରୁ ଆରମ୍ଭ ହେବ
ଭୁବନେଶ୍ୱର----ବୁଧବାର ଭୁବନେଶ୍ବରସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ଠାରେ ସେଚ୍ଛାସେବୀ ଅନୁଷ୍ଠାନ ଜନନୀ ଫାଉଣ୍ଡେସନ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମାର୍ଚ୍ଚ ୧୪ ତାରିଖରେ ନୟାପଲ୍ଲୀସ୍ଥିତ କଳିଙ୍ଗ ସୋଙ୍ଗ୍ କାଉନସିଲ ପଡ଼ିଆଠାରେ “ରୁଚି ମହିଳା କବାଡ଼ି ଚାମ୍ପିଆନସିପ୍ – ୨୦୨୧ ଅନୁଷ୍ଠିତ ହେବ ବୋଲି ଏହି ପ୍ରେସ ବିଜ୍ଞପ୍ତିରେ ପ୍ରକାଶ ପାଇଛି ।ଜନନୀ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ମନୋରମା ଦାଶ । ବର୍ତମାନ ସମୟରେ କବାଡ଼ି ପ୍ରତି ବଢୁଥିବା ରୁଚିକୁ ଆଖୁ ଆଗରେ ରଖି ଏହି ପ୍ରତିଯୋଗିତା ଆୟୋଜିତ ହେବ ବୋଲି ପ୍ରକାଶ କରିଛନ୍ତି । ଅନୁଷ୍ଠାନର ସମ୍ପାଦକ ବିଜୟ କୁମାର ଦାଶ ।ଶେଷ କରି ବିଗତ ୫ବର୍ଷ ମଧ୍ୟରେ ଓଡ଼ିଶା ମହିଳା କବାଡ଼ି ଦଳରସପ୍ରଦର୍ଶନ ବେଶ୍ ପ୍ରଶଂସନୀୟ ରହିଛି । ମହିଳା ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ ଚଳିତବର୍ଷ ଜନନୀଫାଉଣ୍ଡେସନର ଏକ ପ୍ରୟାସ । ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି,୧୦/୩/୨୦୨୧----୧,୦୦