ଜୈବିକ କୃଷି ଓ ପଞ୍ଚଗବ୍ୟ କର୍ମଶାଳା
ସାକ୍ଷୀଗୋପାଳ -------- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ପଟ୍ଟନାୟିକିଆ ସ୍ଥିତ ମହାବଳପଡା ସ୍ଥିତ ଶ୍ରୀ ଶ୍ରୀ ଗୋବିନ୍ଦଜିଉ ଗୋଶାଳା ପରିସରରେ ଜୈବିକ କୃଷି ଓ ପଞ୍ଚଗବ୍ୟ ସମ୍ପର୍କରେ ଏକ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଜିର ଦିନରେ ଗୋ ସମ୍ପଦ ସୁରକ୍ଷିତ ସହିତ ପଞ୍ଚଗବ୍ୟ ସମ୍ପର୍କରେ ଆଲେଚନା କରାଯାଇଥିଲା । ଗୋଶାଳାର ସଭାପତି ମହେଶ୍ୱର ପ୍ରଧାନ କର୍ମଶାଳାରେ ସଭାପତିତ୍ୱ କରିଥିଲେ । ଗବେଷିଧ ଡାକ୍ତର ସୁମନ୍ତ କୁମାର ପ୍ରଧାନ ପଞ୍ଚଗବ୍ୟର ଆବଶ୍ୟକତା ଏହା ଶରୀର ତତ୍ୱ ଉପରେ ଆଲେକପାତ କରିଥିଲେ । ଜତିଶ ମିଶ୍ରଙ୍କ ଦ୍ୱାରା ଜୈବିକ ଦ୍ୱାରା ପ୍ରସ୍ତୁତି କରାଯାଇଥିବା ସମାଗ୍ରୀ ଗୁଡିକ ପ୍ରଦର୍ଶିତ କରିଥିଲେ ।ସେହିପରି ସୁମନ୍ତ କୁମାର ପ୍ରଧାନ ପଞ୍ଚଗବ୍ୟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସାବୁନ, ଧୂପକାଠି ଆଦି ସମାଗ୍ରୀ ଗୁଡିକ ଆଲେଚନା ଚକ୍ରରେ ପର୍ଦଶନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସୁଧୀର ଚକ୍ରବର୍ତ୍ତି, କୃଷ୍ଣଚନ୍ଦ୍ର ନାୟକ, ବିଭୂତି ଭୂଷଣ ସାମନ୍ତସିଂହାର, ରାମସୁର ଭାଇ ପ୍ରମୁଖ କୋଭିଡ-୧୯ ଆଇନ ଅନୁଯାୟୀ ଯୋଗଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୩/୨୦୨୧-----୫,୫୬