ସାକ୍ଷୀଗୋପାଳ ଧର୍ମଶାଳା ଦୁତୀୟ ପର୍ଯ୍ୟାୟ ଉଦ୍ଧାର ପ୍ରକିୟା କାର୍ଯ୍ୟ ଆରମ୍ଭ
ସାକ୍ଷୀଗୋପାଳ -----ସାକ୍ଷୀଗୋପାଳରେ ଥିବା ଧର୍ମଶାଳା ଅନେକ ଦିନ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିଲା । ସାକ୍ଷୀଗୋପାଳ ଧର୍ମଶାଳା ଉଦ୍ଦାର ପ୍ରକିୟା ପେବୃୟାରୀ ମାସ ୧୪ ତାରିଖରେ ପ୍ରଥମେ ଆରମ୍ଭ ହୋଇଥିଲା । ଜେସିପି ମେସିନ ଲଗାଇ ଧର୍ମଶାଳା ସମ୍ମୁଖ ବା ମୁଖ୍ୟ ଗେଟ ଆଗରେ ଜମା ହୋଇଥିବା ଅଳିଆ ଅବର୍ଜନା ସଫେଇ କରାଯିବା ସହ ଅନାବନା ଗଛ ନଷ୍ଟ କରାଯାଇଛି । ଏହା ଦେଖି ଜନସାଧାରଣ ବହୁତ ଖୁସି ହେବା ସହ ବହୁ ଦିନ ପରେ ପକୃତ ଜମିର ମାଳିକଙ୍କ ପାଖକୁ ଜମି ଫେରିଛି ବୋଲି ଆଲେଚନା ହୋଇଥିଲା । ମନ୍ଦିର ପରିଚାଳନା କମିଟିର ସଭାପତି ତଥା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଙ୍କ ସହିତ ମନ୍ଦିରର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ରଙ୍କ ପ୍ରଚେଷ୍ଟା ଫଳରେ ଏହା ସଫଳ ହୋଇ ପାରିଛି । ପ୍ରାୟ ୨୪ ଦିନ ପରେ ପୁର୍ନବାର ଧର୍ମଶାଳା ଦୁତୀୟ ଦିନରେ ସଫେଇ କାର୍ଯ୍ୟ ଆରମ୍ଭ କରାଯାଇଛି । ଧର୍ମଶାଳା ଚତୁପାଶ୍ୱର୍ ସଫା କରାଯିବା ସହ ଧର୍ମଶାଳା କାନ୍ଥରେ ଉଠିଥିବା ଗଛ ଓ ମାଡିଥିବା ଲତା ଗୁଡିକ ଜେସିପି ମେସିନ ସାହାର୍ଯ୍ୟରେ ସଫା କରାଯାଇଛି । ବଜାର ଭାଙ୍ଗିବା ଆଗରୁ ଧର୍ମଶାଳାକୁ ଭାଙ୍ଗି ଏଠାରେ ଏକ ମାର୍କେଟ କପ୍ଳେସ ନିର୍ମାଣ କରିବା ପାଇଁ ବଜାର ବ୍ୟବସାୟ ୀ ସଂଘ ଦାବି କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୩/୨୦୨୧----୭,୫୦