Breaking News

ପାଣି କାଢୁଥିବା ବେଳେ କୂଅରେ ଖସିପଡିିଲେ ମହିଳା;ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର


 ଜଟଣୀ----ପାଣି କାଢୁଥିବା ବେଳେ ନିଜ କୂଅରେ ଖସିପଡିଲେ ମହିଳା । ଦିର୍ଘ ଏକ ଘଣ୍ଟା ପରେ ଜଟଣୀ ଅଗ୍ନିଶମ ବିଭାଗ ଦ୍ୱାରା ଉକ୍ତ ମହିଳା ଉଦ୍ଧାର ହୋଇଥିଲେ । ଉଦ୍ଧାରପରେ ସେ ସାଧାରଣ ଆହତ ହୋଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୁଚନା ମିଳିଛି । ସୁଚନାଯୋଗ୍ୟ ଯେ ଆଜି ପୁର୍ବାହ୍ନରେ ଜଟଣୀଥାନା ଅନ୍ତର୍ଗତ ରାମଚନ୍ଦ୍ରପୁରସ୍ଥିତ ସାଇବାବା ମନ୍ଦିର ପାଶ୍ୱର୍ରେ ରବିନ୍ଦ୍ରନାଥ ପାଢୀଙ୍କ ଘର । ଘର ପରିସରରେ ରହିଥିବା କୂଅରୁ ରବିନ୍ଦ୍ରଙ୍କ ପତ୍ନୀ ସୁଜାତା ପାଢୀ ପାଣି କାଢିବାକୁ ଯାଇଥିଲେ । ତେବେ ଠାକୁର ପୂଜାଲାଗି କୂଅରୁ ପାଣି କାଢୁଥିବା ବେଳେ ମୁଣ୍ଡବୁଲାଇ ଉକ୍ତ କୂଅରେ ପଡିଯାଇଥିଲେ । ପଡୋଶୀ ଓ ପରିବାର ଲୋକେ ବହୁ ପ୍ରକାରର ଉଦ୍ଦ୍ୟମ କରିଥିଲେ ମଧ୍ୟ ସୁଜାତାଙ୍କୁ ଉଦ୍ଧାର କରିପାରିନଥିଲେ । ଶେଷରେ ଜଟଣୀଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା ।ଅବଗତ କରିଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଁଚି ମହିଳାଙ୍କୁ ଉଦ୍ଧାର କରିଥିଲେ । 

ଜଟଣୀରୁ ରଙ୍ଗନାଥ ବେହେରା, ୧୪/୩/୨୦୨୧----୧୧,୧୦


Blog Archive

Popular Posts