ରାସନ କାର୍ଡ ପାଇବା ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ପୁଟୁ ଗ୍ରାମବାସୀ
ଧରକୋଟ ---ଯୋଗ୍ୟ ହିତାଧିକାରୀ ଙ୍କୁ ତୁରନ୍ତ ରାସନ କାର୍ଡ ପ୍ରଦାନ କୁ ନେଇ ଭାରତୀୟ ଜନତା ପାର୍ଟି ର ରାଜ୍ୟ କୃଷକ ମୋର୍ଚ୍ଚାର ସମ୍ପାଦକ ପ୍ରଦୀପ କୁମାର ପତ୍ରୀ ଧରାକୋଟ ବିଡିଓଙ୍କ ପାଖରେ ଅଭିଯୋଗ ଆଣିଛନ୍ତି ।ଧରାକୋଟ ବ୍ଲକ ଅନ୍ତର୍ଗତ ଜଗମୋହନ ପଞ୍ଚାୟତ ର ପୁଟୁ ଗ୍ରାମର ବହୁ ହିତାଧିକାରୀଙ୍କ ରାସନ କାର୍ଡ ପାଇବାକୁ ଯୋଗ୍ୟତା ଥିଲେ ମଧ୍ୟ୍ୟ ଆକ୍ରୋଶ ମୂଳକ ଭାବେ ସେମାନଙ୍କ ନାମ ରାସନ କାର୍ଡ ତାଲିକା ଥିଲେ ମଧ୍ୟ୍ୟ ସେମାନଙ୍କ ରାସନ କାର୍ଡ ପ୍ରଦାନ କରାଯାଇନାହିଁ । ହିତାଧିକାରୀ ଙ୍କୁ ନେଇ ଧରାକୋଟ ବିଡିଓ ଙ୍କ ପାଖରେ ବାରମ୍ବାର ଅଭିଯୋଗ କରିବା ସହ ଜିଲ୍ଲାପାଳ ଙ୍କ ପାଖରେ ଅଭିଯୋଗ କରିଛନ୍ତି । ଏ ନେଇ ତଦନ୍ତ କରି ଯୋଗ୍ୟ ହିତାଧିକାରୀ ଙ୍କୁ ରାସନ କାର୍ଡ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ବହୁ ଦିନ ବିତି ଯାଇ ଥିଲେ ମଧ୍ୟ୍ ଗରିବ ଶ୍ରେଣୀ ର ଲୋକ ମାନଙ୍କୁ ଏ ପର୍ଯ୍ୟନ୍ତ ରାସନ କାର୍ଡ ପ୍ରଦାନ କରାଯାଇ ନାହିଁ । ବି. ଜେ. ପି. ନେତା ଙ୍କ ସହ ଧରାକୋଟ ବିଡିଓ ସୁନୀଲ କୁମାର ପଟନାୟକ ଙ୍କ ପାଖରେ ଅଭିଯୋଗ ଆଣିବା ପରେ ବିଡିଓ କହିବା ଅନୁସାରେ ଟାର୍ଗେଟ ଆସିଲେ କାର୍ଡ ପ୍ରଦାନ କରାଯିବ ମୋ ହାତରେ କିଛି ନାହିଁ ବୋଲି କହିଥିଲେ । ସରକାର ତୁରନ୍ତ ପଦକ୍ଷେପ ନ ନେଲେ ବ୍ଲକ ଅଫିସ ସାମ୍ନା ରେ ଶତାଧିକ ହିତାଧିକାରୀ ଙ୍କ ସହ ବି.ଜେ.ପି ନେତା ଆମରଣ ଅନଶନ କରିବେ ବୋଲି କହିଛନ୍ତି । ହର ପ୍ରସାଦ ମହାନ୍ତି, ସୁଭାଷ ସ୍ୱାଇଁ, ପ୍ରଦୀପ କୁମାର ମୁନି, ସଞ୍ଜୁ ବେହେରା, ସାଗରୀ ସେଠୀ, ସଂଯୁକ୍ତା ମୁନି, ଚନ୍ଦନ ବେହେରା, ସୁଜନ ମୁନି, ଟୁନି ସେଠୀ, ପ୍ରମୁଖ ବହୁ ହିତାଧିକାରୀ ଉପସ୍ଥିତ ଥିଲେ ।ବ୍ରହ୍ମପୁର ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ ,୧୦/୨/୨୦୨୧----୧୨,୪୫