ନୂଆ ବୁଢ଼ାକେରା ଗ୍ରାମରେ ସପ୍ତାହ ବ୍ୟାପି ଭାଗବତ ପରାୟଣ ଉଦଯାପିତ
ସାକ୍ଷୀଗୋପାଳ ----- ସତତ୍ୟବାଦୀ ବ୍ଳକ ଗଡବଳରାମପୁର ଗ୍ରାମ ପଞ୍ଚାୟତର ନୂଆ ବୁଢ଼ାକେରା ଗ୍ରାମରେ ସପ୍ତାହ ବ୍ୟାପି ଭାଗବତ ପାରାୟଣ ଓ ଯଜ୍ଞ ଉଦଯାପିତ ହୋଇଯାଇଛି । ଏହି ଭାଗବତ ପାରାୟଣର ଆୟୋଜକ ଥିଲେ ଲକ୍ଷ୍ମୀଧର ବାରିକ । ଏହି ଅବସରରେ ଗ୍ରାମରେ ଏକ ଧାର୍ମିକ ପରିବେଷ ସୃଷ୍ଟି ହୋଇଥିଲା । ଏକ ସପ୍ତାହ ଦିନ ଧରି ଆମିଷ ନିଷେଧ ହେବା ସହ ଘର ଆଗରେ ପୂର୍ଣ୍ଣକୁମ୍ଭ ସହ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ଐଥିରେ କର୍ତ୍ତା ଭାବେ ବଂଶୀଧର ବାରିକ ରହିଥିବା ବେଳେ କର୍ତ୍ତୀ ଭାବେଲକ୍ଷ୍ମୀପିୟା ବାରିକ ରହିଥିଲେ । ବ୍ୟାସ ଭାବେ ଲକ୍ଷ୍ମୀଧର ଦାଶ ଓ ଅଚାର୍ଯ୍ୟ ଭାବେ ବଳରାମ ଶତପଥିରହିଥିଲେ । ରାଜେନ୍ଦ୍ର ମିଶ୍ର ପୂଜାପାଠ କରିଥିଲେ । ଭାଗବତ ପ୍ରେମୀଙ୍କ ସହ ଗ୍ରାମାବସୀ ମାନେ ଫୁଲ, ନଡିଆ, ଘିଅ ପୂର୍ଣ୍ଣାହୂତିରେ ପ୍ରଦାନ କରିଥିଲେ । ବୁଢ଼ାକେରା, ବିଭୂତିପୋଖରୀ, ମାଳସାହି ଓ ଦିପିଦେଉଳି ଗ୍ରାମରେ ଥିବା ଭାଗବତ ଦୋଳ ବିମାନଙ୍କୁ ନିମନ୍ତ୍ରଣ କରାଯାଇ ଏଠାରେ ପୂଜାର୍ଚ୍ଚନା କରାଯାଇଥିଲା । ଶେଷଦିନ ପ୍ରସାଦ ସେବନ କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୩/୨୦୨୧---୪,୪୩