Breaking News

୧୯୭୨ ମସିହା ମାଟ୍ରିକ ବ୍ୟାଚର ବଂଧୁ ମିଳନ ଓ ନୂତନ କର୍ମକର୍ତ୍ତା ଚୟନ

 ସାକ୍ଷୀଗୋପାଳ ---- ସତ୍ୟବାଦୀ ବନବିଦ୍ୟାଳୟର୧୯୭୨ ମସିହାର ମାଟିକ୍ର ବ୍ୟାଚର ବକୁଳବନ ପରିସରରେ ୬ଷ୍ଠ ବାର୍ଷିକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପଞ୍ଚସଖାଙ୍କ ପ୍ରତିମୂତ୍ତିରେ ପୁଷ୍ପମାଲ୍ୟ, ଦୂପ ଓ ଦୀପ  ଅର୍ପଣ କରାଯାଇଥିଲା । ସାଥୀ ସ୍ୱର୍ଗତ ଗୋପୀନାଥ ହୋତାଙ୍କ ଅକାଳ ବିୟୋଗରେ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯିବା ସହ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ବିଗତ ବର୍ଷ ପାଇଁ ସଭାପତି ଭାବେ ସମ୍ପଦ କୁମାର ମିଶ୍ର, ଉପ ସଭାପତି ସୁରେଶ ଚନ୍ଦ୍ର ମହାପାତ୍ର, ସମ୍ପାଦକ ଭାବେ ଭଜମନ ପାତ୍ରଙ୍କୁ ୭ମ ବାର୍ଷିକ ବନ୍ଧୁ ମିଳନର ଦାୟତ୍ୱ ଅର୍ପଣ କରାଯାଇଥିଲା । ଉପଦେଷ୍ଟା ଭାବେବୀରେନ୍ଦ୍ର ଭୂଷଣ ହୋତା, ଜୟନ୍ତ କୁମାର ମିଶ୍ର, ରାଧାକାନ୍ତ ମିଶ୍ର, ରମେଶ ଚନ୍ଦ୍ର ନନ୍ଦ, ସନ୍ତୋଷ କୁମାର ମିଶ୍ର, ନିତ୍ୟ ସୁନ୍ଦର ଦାସ ଓଗଙ୍ଗାଧର ଛାଟୋଇ ପ୍ରମୁଖ ରହିଛନ୍ତି । ବିଦ୍ୟାଳୟ ଉନ୍ନତି ପାଇଁ ସମସ୍ତେ ଆଗେଇ ଆସିବାକୁ ବୈଠକରେ ନିସ୍ପତି ଗ୍ରହଣ କରାଯାଇଥିଲା ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୩/୨୦୨୧---୪,୪୦

Blog Archive

Popular Posts