ପୁରୀ ଜିଲ୍ଲା ନିମ୍ନ ମାଧ୍ୟମିକ ଅବସରପ୍ରାପ୍ତ ଶିକ୍ଷକ ମଞ୍ଚର ସ୍ୱାଗତ ଓ ସମ୍ବର୍ଦ୍ଧନା ସଭା
ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲା ନିମ୍ନ ମାଧ୍ୟମିକ ଅବସରପ୍ରାପ୍ତ ଶିକ୍ଷକ ମଞ୍ଚ ଶାଖାର ସାକ୍ଷୀଗୋପାଳ ନାରିକେଳ ଗବେଷଣା କେନ୍ଦ୍ର ପରିସରରେ ଥିବା ଚଣ୍ଡି ମନ୍ଦିର ପ୍ରାଙ୍ଗଣରେ ଏକ ସ୍ୱାଗତ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କୈଳାସ ଚନ୍ଦ୍ର ପଣ୍ଡା ଓସୁଶାନ୍ତ କୁମାର ନାୟକ ଅଧ୍ୟକ୍ଷା କରିଥିଲେ । ଅତିଥି ଭାବେ ଶରତ ଚନ୍ଦ୍ର ମିଶ୍ର, ସୁରେନ୍ଦ୍ର କର, ରାଜ୍ୟ ସଭାପତି ମାଧବ ବିଶ୍ୱାଳ, ରାଜ୍ୟ ସମ୍ପାଦକ କୃପାସିନ୍ଦୁ ବିଶ୍ୱାଳ ଓ ବୀର କିଶୋର ପ୍ରଧାନ, ପ୍ରମୋଦ କୁମାର ପରିଡା, ବିଭୂତି ଭୂଷଣ ପଟ୍ଟନାୟକ, ଅବଧୂତ ଚମ୍ପତି, ଯୁଧିଷ୍ଠିର ପରିଡା, ବିନୋଦ ବିହାରୀ ପ୍ରଧାନ, ନିରଞ୍ଜନ ପାତ୍ର, ଯତିନ୍ଦ୍ର କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ । ସମ୍ବର୍ଦ୍ଧନା ସଭାକୁ ସଂଯୋଜନା କରିଥିଲେ ସୁବାଷ ଚନ୍ଦ୍ର ରଥ । ୨୦୨୧ ବର୍ଷ ପାଇଁ ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ସ୍ୱାଗତ ତଥା ଶୁଭେୁ୍ଚ୍ଛା ଜ୍ଞାପନ କରିଥିଲେ ଅନୁଷ୍ଠାନର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଫାରକ । ଅବସରପ୍ରାପ୍ତ ଶିକ୍ଷାଧିକାରୀ ବୀର କିଶୋର ପ୍ର୍ରଧାନ, ପ୍ରମୋଦ କୁମାର ପରିଡା, ଅବଧୂତ ଚମ୍ପତି, ସାହିତ୍ୟ ଏକାଡେମୀ ପୁରଷ୍କାର ପାଇଥିବା ବିଭୂତି ଭୂଷଣ ପଟ୍ଟନାୟକଙ୍କ ସହିତ ଅନ୍ୟ ଅତିଥି ମାନଙ୍କୁ ସଭାରେ ଫୁଲତୋଡା ଓ ଉପଢ଼ୌକନ ଦେଇ ସମ୍ବଦ୍ଧିତ କରାଯାଇଥିଲା । ବିନୋଦ ବିହାରୀ ପ୍ରଧାନ ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୩/୨୦୨୧---୪,୪୦