କଳାକାନୁନ ପ୍ରତ୍ୟାହାର ଦାବିରେ ୧୯ ମାର୍ଚ୍ଚରେ ଚଣ୍ଡିଖୋଲରେ ମହାପଞ୍ଚାୟତ
ଭୁବନେଶ୍ୱର---- କଳାକାନୁନ ପ୍ରତ୍ୟାହାର ଦାବିରେ ପ୍ରାୟ ୧୦୦ ଦିନ ଧରି ଦିଲ୍ଲୀରେ ଶାନ୍ତିପୂର୍ଣ୍ଣଭାବେ ଚାଷୀ ମାନେ ଆନ୍ଦୋଳନ ଜାରି ରହିଛି । ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି । ଏପରିକି ଏହି ଶାନ୍ତିପୂର୍ଣ୍ଣ କୃଷକ ଆନ୍ଦୋଳନ କିଭଳି ବଦନାମ ହେବ, ଚାଷୀ
ଆନ୍ଦୋଳନକୁ ନେଇ ଲୋକେ କେମିତି ଭ୍ରମିତ ହେବେ ସେ ନେଇ ସରକାର ଯେତେ ପାରି ସେତେ ଉଦ୍ୟମ କରିଛନ୍ତି । ଏଭଳିକି ଋଷୀ ଆନ୍ଦୋଳନକୁ ବଦନାମ କରିବା ପାଇଁ କେନ୍ଦ୍ର ସରକାର ଓ ବିଜେପି ଦଳ ଲୋକ ଲଗାଇ ଜାନୁୟାରୀ ୨୬ରେ ଲାଲକିଲ୍ଲାରେ ଖଲିସ୍ତାନ
ପତାକା ଉଡ଼ାଇଲେ ଓ ଏହାର ବହୁଳ ପ୍ରଚାର ଗଣମାଧ୍ୟମ ଦ୍ୱାରା କରାଇଲେ । ପରବର୍ତ୍ତୀ ଅବସ୍ଥାରେ ଅନ୍ୟାନ୍ୟ ଗଣମାଧ୍ୟମ ଦ୍ୱାର ସତ୍ୟର ଉନ୍ମୋଚନ ହେଲା । ପ୍ରଥମରୁ କେନ୍ଦ୍ର ସରକାର ଏହା ଧନୀ କୃଷକଙ୍କ ଆନ୍ଦୋଳନ, ଦଲାଲମାନଙ୍କ ଆନ୍ଦୋଳନ ବୋଲି ଅଭିହିତ କରି ଆସୁଥିଲେ । ଏହି ପରିପ୍ରେକ୍ଷୀରେ ଆଗାମୀ ୧୯ ତାରିଖରେ ଚଣ୍ଡିଖୋଲ ଠାରେ ମହାପଞ୍ଚା ୟତ ଅନୁଷ୍ଠିତ ହେବ। ଏଥିରେ ପଞ୍ଜାବର ବହୁ ଚାଷୀନେତା ଯୋଗ ଦେବେ ବୋଲି ଆଜି ଏକ ସାମ୍ବାଦିକ ସମିଳନୀରେ ନବ ନିର୍ମାଣ କୃଷକ ସଙ୍ଗଠନ ର ମୁଖ୍ୟ ଅକ୍ଷୟ କୁମାର ସୂଚନା ଦେଇଛନ୍ତି। ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି ୩/୩/୨୦୨୧----୩,୪୦