ମୁଗ କିଆରି ସଫା କରି ଦେଉଛନ୍ତି କାଳିମୁଣ୍ଡି ପୋକ; ଔଷଧ କାଟୁ କରୁନି , ଚିନ୍ତାରେ ଚାଷୀ
ସାକ୍ଷୀଗୋପାଳ----- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ବିଭିନ୍ନ ପଞ୍ଚାୟତରେ କରାଯାଇଥିବା ମୁଗ ଚାଷ ଏବେ କାଳିମୁଣ୍ଡି ପୋକଙ୍କ ପ୍ରାଦୁଭାର୍ବ ଦେଖିବାକୁ ମିଳିଛି । ରାତିକ ମଧ୍ୟରେ ଏକର ଏକର ବିଲ ନଣ୍ଡା କରି ଦେଉଛନ୍ତି । କେବଳ ଗଛର ଗଣ୍ଡିଟି ରହିଛି ପତ୍ର, ଫୁଲ ସବୁ ଖାଇ ଯାଉଛନ୍ତି । ଚାଷୀ ମାନେ କୃଷି ଅଧିକାରୀ ଓ ଦେକାନୀଙ୍କ କଥା ଅନୁସାରେ ଔଷଧ ପକାଇଲେ ମଧ୍ୟ ତାହା କାର୍ଯ୍ୟ କରୁନାହିଁ ବୋଲି ଚାଷୀ ମାନେ କହନ୍ତି । ସତ୍ୟବାଦୀ ବ୍ଳକରେ ଏବର୍ଷ ରବିରେ ପ୍ରାୟ ୩ହଜାର ହେକ୍ଟର ମୁଗ ବିରି ଚାଷ ହୋଇଥିବା ଜଣାପଡିଛି । ପାଗ ଅନୁକୂଳ ଥିବାର ବୁଣା ମୁଗ ଓ ବିରି ଭଲ ଗଛ ସହ ଫସଲ ହୋଇଥିଲା । ଠିକ ସମୟରେ ଗଛରେ ଫୁଲ ଧରି ଆସିଲା ବେଳକୁ କାଳିଗୁଣ୍ଡି ପୋକ ଖାଇବା ଆରମ୍ଭ କରି ଦେଇଛନ୍ତି । ସେମାନଙ୍କ ଦାଉରୁ ଯେଉଁ ଗଉ ରହି ଯାଉଛି ସେ ଗଛ ଗୁଡିକର ପତ୍ର ଏବେ ହଳଦିଆ ପଡି ଯାଉଛି । ଚାଷୀ ଏବେ ଚିନ୍ତାରେ ପଡିଛନ୍ତି । ଅନ୍ୟ ପକ୍ଷେ ସତ୍ୟବାଦୀ ସହକାରୀ କୃଷି ଅଧିକାରୀ ସାନ୍ଥ ସୁଚରିତା ଦାଶଙ୍କୁ ପଚାରିବାରୁ ସେ କହନ୍ତି କଳାଗୁଣ୍ଡି ପୋକ ପ୍ରତିବର୍ଷ ହୁଅନ୍ତି ସେମାନଙ୍କୁ ସଠିକ ସମୟରେ ସଠିକ ଔଷଧ ପକାଗଲେ ରୋକା ଯାଇ ପାରିବ । ମାତ୍ର ଚାଷୀ ମାନେ ଗୋଟିଏ ଗହିରରେ ସମସ୍ତେ ଔଷଧ ଚିଞ୍ଚନ କଲେ ଏ ପୋକଙ୍କୁ ଦମନ କରି ହେବ । ଅନ୍ୟ ପକ୍ଷେ ଯେଉଁ ଚାଷୀ ମାନେ ନିଜ ବା ଦେଶୀ ମୁଗ ବିହନ ପକାଉଛନ୍ତି ସେମାନେ ଏହି ରୋଗ ପୋକ ସେମାନଙ୍କ ଫସଲରେ ଅଧିକ ଦେଖାଯାଇଛି । ବିଶେଷ କରି ବିହନ ବିଶୋଧନ କରାଗଲେ ଏ ରୋଗରୁ ରକ୍ଷା ହୋଇ ପାରିବ ବୋଲି ସେ ମତ ପ୍ରକାଶ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କୁ ଅଧା ରେଟରେ ଔଷଧ ସରକାରଙ୍କ ଦ୍ୱାରା ପଞ୍ଜିକୃତ ସାର ଦେକାନୀଙ୍କ ପାଖରେ ମିଳୁଛି ବୋଲି କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୩/୨୦୨୧----୪,୫୫