Breaking News

ଡେଲାଙ୍ଗରେ ଏସ.ୟୁ.ସି.ଆଇର ପ୍ରତିବାଦ ସଭା

  ଡେଲାଙ୍ଗ ----- ପ୍ରେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସ ଅହେତୁକ ଦର  ବୃଦ୍ଧି ପ୍ରତିବାଦରେ ଏସ, ୟୁ.ସି.ଆଇ( କମ୍ୟୁନିଷ୍ଟ) ପକ୍ଷରୁ ଡେଲାଙ୍ଗ ଷ୍ଟେସନ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ କର୍ମୀ ମାନେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଜ୍ୱଳା ଯୋଜନାରେ ଯୋଗାଇ ଦିଆଯାଇଥିବା ଗ୍ୟାସଟାଙ୍କି ଧରି ପ୍ରତିବାଦ କରିଥିଲେ । ଅନୁଷ୍ଠିତ ସଭାରେ ଏସ. ୟୁ. ସି. ଆଇ ( କୁମ୍ୟନିଷ୍ଟ) ନେତା କମ୍ରେଡ ରଘୁନାଥ ଦାସ ଯୋଗଦେଇ କେନ୍ଦ୍ରରେ ବିଜେପି ସରକାର ଓ ରାଜ୍ୟ ସରକାର ପ୍ରେଟ୍ରୋଲ, ଡିଜେଲ ଓଗ୍ୟାସ ଉପରେ ନେଉଥିବା କର ଛାଡ କରିବାକୁ ଶ୍ରୀ ଦାସ କହିଥିଲେ । ଦାବୀ ପୁରଣ ନ ହେଲେ ଆଗାମୀ ଦିନରେ ବ୍ୟାପକ ଗଣଆନ୍ଦୋଳନ କରାଯିବ ବୋଲି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଡେଲାଙ୍ଗ ଆଞ୍ଚଳିକ କମିଟିର ସମ୍ପାଦକକମ୍ରେଡଦୀନବଂଧୁ ପରିଡା, ବଟକୃଷ୍ଣ ସ୍ୱାଇଁ, ରାଜ କିଶୋର ଆଳୁକ ପ୍ରମୁଖ ବକ୍ତବ୍ୟ ରଖିଥଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧/୩/୨୦୨୧---୪,୩୫

Blog Archive

Popular Posts