ବାବା ଧବଳେଶ୍ଵରଙ୍କ ପୀଠରେ ମହାଶିବ ରାତ୍ରି ପାଳିତ
କଳାହାଣ୍ଡି---ଆଜି ହେଉଛି ପବିତ୍ର ଜାଗର ଅମାବାସ୍ୟା ଓ ମହାଶିବରାତ୍ରି ।କଳାହାଣ୍ଡି ଜିଲ୍ଲା ର ପ୍ରତେକ ଶୈବ ପୀଠ ରେ କୋଭିଡ ନିୟମ କୁ ମାନି ଏହି ପର୍ବ ପାଳନ କରାଯାଇଛି । କୋକସରା ବ୍ଲକ ଅନ୍ତର୍ଗତ କାଉଡୋଳା ଗ୍ରାମ ପଞ୍ଚାୟତ ଅଧୀନ କୁମୁଡ଼ାମୁଣ୍ଡା ଗ୍ରାମ ଠାରେ ମଧ୍ୟ ମହା ଶିବରାତ୍ରୀ ପର୍ବ ପାଳନ ହୋଇଯାଇଛି ।
ଏଠାରେ ଦେବ ଦେବ ମହାଦେବ ବାବ ଧବଳେଶ୍ୱର୍ ରୂପରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଛନ୍ତି ।
ଅନେକ ଦୂରଦୂରାନ୍ତ ଗ୍ରାମରୁ ଭକ୍ତ ମାନେ ଆସି ବାବା ଙ୍କ ଠାରେ ଶରଣ ନେଇ ନିଜ ନିଜ ମନସ୍କାମନା କରିବା ସହ ଦୁଃଖ ଜଣାଇ ଥାନ୍ତି। ବାବା ଧବଲେଶରଙ୍କୁ ନିଷ୍ଠାର ସହ ଡାକିଲେ ରୋଗ , ଦୁଃଖ, ଦୁର ହୋଇ ଥାଏ ବୋଲି ଭକ୍ତ ମାନଙ୍କ ମନରେ ଏବେ ବି ବିଶ୍ୱାସ ରହିଛି !
ଏଠାରେ ମନ୍ଦିର ପୂଜକ ଶ୍ରୀଯୁକ୍ତ ଦିଲିପ କୁମାରଦାସ କୋଭିଡ ନିୟମକୁ ମାନି ପୂଜାବିଧି କରିଥିଲେ ଏବଂ ଆମପାଣି ପୋଲିସ୍ ଟିମ ସହ ଶ୍ରୀ ସହଦେବ ମାଝୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।
କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ,୧୧/୩/୨୦୨୧----୯,୩୦