Breaking News

ଦଶ ଦିନରେ ପହଁଚିଲା ପାଇପ ଲାଇନ ବିରୋଧ ଗଣଧାରଣା


ଜଗତସିଂହପୁର----ଗତ ସୋମବାର ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଢିଙ୍କିଆ ପଞ୍ଚାୟତର ଢିଙ୍କିଆରେ ପାରାଦ୍ୱୀପ-ହାଇଦ୍ରାବାଦ  ତୈଳପାଇପ ଲାଇନ ବିଛାଇବାକୁ ବିରୋଧ କରି ଗଣଧାରଣା ଦଶ ଦିନରେ ପହଞ୍ଚିଛି। ଆନ୍ଦୋଳନକାରୀ ମାନେ ଦିନରାତି ଢିଙ୍କିଆ ମା'ଫୁଲଖାଇ ଠାକୁରାଣୀଙ୍କ ଜମି ଓ ମାହାଳ ଗୋଚର ଜମି କୁ ପାଳିକରି ପ୍ରହରା ଦେବା ସହ ଗଣଧାରଣାରେ ବସିରହିଛନ୍ତି। ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ସ୍ଥାନୀୟ ଜନସାଧାରଣଙ୍କ ଅଗୋଚରରେ କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଢିଙ୍କିଆ ମା'ଫୁଲଖାଇଙ୍କ ଜମି ଓ ମାହାଳ ଗୋଚର ଜମିରେ ଜୋରଜବରଦସ୍ତ ପାଇପଲାଇନ ବିଛାଇବାକୁ ଉଦ୍ୟମକୁ ବିରୋଧ କରି ଗଣଧାରଣା ଚାଲିଛି । ସୋମବାର ଅପରାହ୍ନରେ ଆନ୍ଦୋଳନକାରୀଙ୍କ ପୁର୍ବତନ ବିଧାୟକ ତଥା କଂଗ୍ରେସ ନେତା ଲଲାଟେନ୍ଦୁ ମହାପାତ୍ର ଯୋଗଦେଇଛନ୍ତି।ପାରାଦ୍ୱୀପ-ହାଇଦ୍ରାବାଦ ତୈଳପାଇପ ଲାଇନ ବିଛାଇବା କାର୍ଯ୍ୟ ଚାଲିଥିବା ବେଳେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଢିଙ୍କିଆ ପଞ୍ଚାୟତର ମାହାଳ ସଂରକ୍ଷିତ ଗୋଚର ଜମି ଓ ଢିଙ୍କିଆ ମା'ଫୁଲଖାଇ ଠାକୁରାଣୀଙ୍କ ଜମି ଉପରେ ସ୍ଥାନୀୟ ଜନସାଧାରଣଙ୍କ ଅଗୋଚରରେ ଜିଲ୍ଲା ପ୍ରଶାସନ ସହଯୋଗରେ ଆଇଓସିଏଲ ପାଇପଲାଇନ କର୍ତ୍ତୃପକ୍ଷ ଜୋରଜବର ଦସ୍ତ ପାଇପଲାଇନ ବିଛାଇବାକୁ ଉଦ୍ୟମ କରୁଛନ୍ତି।ଏହାକୁ ବିରୋଧ କରି ଢିଙ୍କିଆ, ମାହାଳ,ପାଟଣା ଓ  ତ୍ରିଲୋଚନପୁର ଗ୍ରାମବାସୀ ବିରୋଧ କରି ଦୀର୍ଘଦିନ ଧରି ଆନ୍ଦୋଳନ କରିଆସୁଛନ୍ତି।ଜିଲ୍ଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ସଲାସୁତୁରାରେ ସ୍ଥାନୀୟ ଲୋକଙ୍କ ଅଜାଣତରେ ବେଆଇନଭାବେ ପାଇପଲାଇନ ବିଛାଇବାକୁ ଉଦ୍ୟମ କରୁଥିବା ବେଳେ ଢ଼ିଙ୍କିଆ ଚାରିଦେଶର ଲୋକମାନେ ଆନ୍ଦୋଳନ କରିବା ସହ ଓଡିଶା ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ।ମାନ୍ୟବର ହାଇକୋର୍ଟ ମାର୍ଚ୍ଚ ଆଠ ତାରିଖ ସୁଦ୍ଧା ସ୍ଥାନୀୟ ଢିଙ୍କିଆ ଅଞ୍ଚଳବାସୀଙ୍କ ସହ ଆଲୋଚନା ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।ମାତ୍ର ଜିଲ୍ଲା ପ୍ରଶାସନ ଓ ପାଇପଲାଇନ କର୍ତ୍ତୃପକ୍ଷ ହାଇକୋର୍ଟଙ୍କ ଆଦେଶକୁ ଉଲଘଂନ କରି ରାତି ଅଧିଆ ମାଟି ତଳେ ପାଇପଲାଇନ ବିଛାଇବାକୁ ଉଦ୍ୟମ କରିବାରୁ ଆନ୍ଦୋଳନ ଉଗ୍ରରୁପ ନେଇଛି।ଅନ୍ୟପଟେ ମାହାଳ ଗୋଚର ଜମି ଓ ଠାକୁରାଣୀଙ୍କ ବିବାଦୀୟ ଜମି ଉପରେ ପାଳିକରି ଗ୍ରାମବାସୀମାନେ ପ୍ରହରା ଦେଇଆସୁଛନ୍ତି।ଢିଙ୍କିଆସ୍ଥିତ ମା'ଫୁଲଖାଇଙ୍କ ମନ୍ଦିର ପ୍ରାଙ୍ଗଣରେ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଥିଲା।ଏଥିରେ ପୁର୍ବତନ ବିଧାୟକ ତଥା କଂଗ୍ରେସ ନେତା ଲଲାଟେନ୍ଦୁ ମହାପାତ୍ର ଯୋଗଦେଇଥିଲେ। ଦିନକୁ ଦିନ ଢିଙ୍କିଆ ରେ ପାଇପଲାଇନ ବିଛାଇବାକୁ ନେଇ ଆନ୍ଦୋଳନ ଉଗ୍ରରୁପ ନେଉଥିବା ବେଳେ ପ୍ରଶାସନ କି ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା।
ଜଗତସିଂହପୁର ରୁ ପ୍ରଳୟ ମହାପାତ୍ର,୯/୩/୨୦୨୧----୩,୪୫

Blog Archive

Popular Posts