Breaking News

ନାବାଳିକା ନିଖୋଜ; ଦୁଇଦିନ ପରେ ବି ପୋଲିସ ପାଉନି ଟେର

 ଡେଲାଙ୍ଗ ----- ଡେଲାଙ୍ଗ ଥାନା ଅନ୍ତର୍ଗତ ମୁନିଦା ଗ୍ରାମ ପଞ୍ଚାୟତର  ଜଣେ ନାବାଳିକା ଘରୁ ନିଖୋଜ ହୋଇଯାଇଛି ।  ନାବାଳିକାଟି ଆଜି ପୂର୍ବାହ୍ନରେ ଘରୁ କୌଣସି କାମରେ ଆସିଥିଲେ ।  ସଂଦ୍ଧ୍ୟା ସୁଧା ଘରକୁ ନଫେରିବାରୁ ପରିବାର ଲୋକ ସାହି ,ପଡିଶା ,ବନ୍ଧୁ ବାନ୍ଧବ ଘର ସହିତ ଆଖପାଖ ବହୁତ ଖୋଜା ଖୋଜି କରିଥିଲେ ।  କୈାଣସି ସନ୍ଧାନ ନମିଳିବାରୁ ଶେଷରେ ରବିବାର ରାତିରେ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଡେଲାଙ୍ଗ ଥାନା ଅଧିକାରୀ ରଶ୍ମ ରଞ୍ଜନ ପଟ୍ଟନାୟକ କୁହନ୍ତି ନାବାଳିକା ନୋଖୋଜ ନେଇ ଥାନାରେ ଅଭିଯୋଗ ହୋଇଛି । ତେବେ ତଦନ୍ତ  ଜାରି ରହିଛି ବହୁ ଶିଘ୍ର ନା ବାଳିକାକୁ ଉଦ୍ଦାର କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଅନ୍ୟ ପକ୍ଷେ ନା ବାଳିକା ନିଖୋଜ ହେବାର ଦୁଇ ଦିନ ପରେ ବି ପୋଲିସ ନା ବାଳିକା ସମ୍ପର୍କରେ କୌଣସି ସୂଚନା ପାଇ ନଥିବା ପରିବାର ଲୋକମାନେ କହନ୍ତି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧/୩/୨୦୨୧---୪, ୪୫

Blog Archive

Popular Posts