ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସପାଳିତ
ଡେଲାଙ୍ଗ -----ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଳନ୍ଦର ବେହେରା ଜାତୀୟ ବିଜ୍ଞାନ ଦିବସରେ ଅଧ୍ୟକ୍ଷତା କରିଥିଲେ । ବିଜ୍ଞାନ ଶିକ୍ଷକ ରତ୍ନାକର ଚମ୍ପତି ଓ ମିହିର ମିଶ୍ର ସି.ଭି. ରମଣଙ୍କ ବିଜ୍ଞାନ ପ୍ରତି ଅବଦାନ ସମ୍ପର୍କରେ ନିଜର ମନ୍ତବ୍ୟ ରଖିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ନେଇ ବକ୍ତୁତା, ପ୍ରବନ୍ଧ ଓ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବକ୍ତୁତାରେ ସ୍ୱାଧୀନ ମିଶ୍ର, କବିତାରେ ମୌସୁମି କାଣ୍ଡି ଓ ପ୍ରବନ୍ଧରେ ଶୁଭ୍ରଜ୍ୟୋତି ବରାଳ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କୁ ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ମାନପତ୍ର ପ୍ରଦାନକରିଥିଲେ । ଶିକ୍ଷକ ସନ୍ତୋଷ କୁଣ୍ଡୁ ଓ ବସନ୍ତ କୁମାର ପ୍ରଧାନ ଦଶମ ଶ୍ରେଣୀ ପିଲା ମାନଙ୍କୁ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି ସମ୍ପକରେ ବିସ୍ତୁତ ଆଲେଚନା କରିଥିଲେ । ଶିକ୍ଷୟତ୍ରୀ ବିନୋଦିନୀ ମହାପାତ୍ର ପରୀକ୍ଷା ପାଇଁ ସମୟ ସାରଣୀ ପ୍ରଦାନ କରିଥିଲେ ।ଶିକ୍ଷକ ସତ୍ୟବ୍ରତ ମିଶ୍ର ଧନ୍ୟବାଦ ଦେଇଥିଲେ । ଶିବ ପ୍ରସାଦ ଶତପଥି ଓ ରବୀନ୍ଦ ବିଶ୍ୱାଳ ପ୍ରମୁଖ ସହକର୍ମୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧/୩/୨୦୨୧---୪,୩୫