>>
  • ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଦ୍ଵାରା ରଥଯାତ୍ରାରେ ସେବା ଅନୁଷ୍ଠିତ
  • >>
  • ଜଟଣୀ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କ ଯୋଗଦାନ
  • >>
  • ଶ୍ରୀ ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
  • >>
  • କଣାସରେ ଝାଡାବାନ୍ତି ବ୍ୟାପିଲା : ଦୂଷିତ ଜଳପାନ ମୁଖ୍ୟ କାରଣ
  • >>
  • ପ୍ରଧାନ ଶିକ୍ଷକ ହରେକୃଷ୍ଣ ପାତ୍ର ଙ୍କ ସମ୍ବର୍ଦ୍ଧନା ଉତ୍ସବରେ ଓଡିଶୀ ଓ ଗୁରୁ ବନ୍ଦନା
  • >>
  • ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ
  • >>
  • ବାପାଙ୍କର ୭୫ ତମ ଜନ୍ମଦିନ ଧୁମଧାମରେ ପାଳିଲେ ପରିବାରର ସଦସ୍ୟମାନେ
  • >>
  • ହେରା ପଞ୍ଚମୀରେ ମା ଲକ୍ଷ୍ମୀ ରାଗରେ ରଥ ଭାଙ୍ଗିଲେ
  • >>
  • ଦୀର୍ଘ ୨୫ ବର୍ଷ ପରେ ତିନି ରଥରେ ମାଉସୀ ମା ଘରକୁ ଯାତ୍ରା କଲେ ଚତୁର୍ଦ୍ଧା ମୂର୍ତ୍ତି
  • >>
  • ଅନ୍ତର୍ଜାତୀୟ ମାଦକ ସେବନ ଓ ଅବୈଧ ମାଦକ ବ୍ୟବସାୟ ବିରୋଧୀ ଦିବସରେ ୱାଦାର ଯୁଦ୍ଧଂ ଦେହୀ ଡାକରା
  • >>
  • ଜଟଣୀ ଗଣେଶ ମହୋତ୍ସବ ପାଇଁ ଭୂମି ପୂଜନ ଅନୁଷ୍ଠିତ
  • >>
  • ଅବ୍ୟବସ୍ଥା ଘେରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
  • >>
  • ଦୀର୍ଘ ୨୫ ବର୍ଷ ପରେ ତିନି ରଥରେ ମାଉସୀ ଘରକୁ ଯାତ୍ରା କଲେ ଚତୁର୍ଦ୍ଧା ମୂର୍ତ୍ତି
  • >>
  • ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୭ତମ ପୂଣ୍ୟତିଥି ଅବସରରେ କର୍ମଭୂମିରେ ତିଳତର୍ପଣ
  • >>
  • ରୋଟାରୀ କ୍ଳବ ଭଞ୍ଜନଗରର ପ୍ରତିଷ୍ଠା ଦିବସ ପାଳିତ
  • କୋଣାର୍କରେ ସଡକ ସୁରକ୍ଷା ସପ୍ତାହ ପାଳିତ

    କୋଣାର୍କ----- ଚଳିତ ମାସ ୧୧ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପାଳିତ ହେଉଛି ୩୧ତମ ସଡକ ସୁରକ୍ଷା ସପ୍ତାହ । ଏହି ଅବସରରେ ସୋମବାର ପୂର୍ବାହ୍ନରେ ପୁରୀ ଜିଲ୍ଳା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ କୋଣାର୍କ ଥାନା ଛକଠାରେ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ପୁରୀ ଜିଲ୍ଳା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ପରିବହନ ଅଧିକାରୀ, ସମୀର କୁମାର ଦଳାଇ, କୋଣାର୍କ ଥାନାଧିକାରୀ ରଞ୍ଜନ ମଲ୍ଲିକ, ଚନ୍ଦ୍ରଭାଗା ଓ ରାମଚଣ୍ଡୀ ଥାନାଧିକାରୀ ନିଳିମା ପଟ୍ଟନାୟକ, କୋଣାର୍କ ଭଗବତୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଷ୍ଣୁଚରଣ ମିଶ୍ର, ଭଗବତୀ ମହାବିଦ୍ୟାଳୟର ଏନସିସି ଅଧିକାରୀ ଲେଫଟାଣ୍ଡ ବିନୟଭୂଷଣ ମହାନ୍ତି, ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ସୁରେନ୍ଦ୍ର ଖଟୁଆ, ଅଧ୍ୟାପକ ପ୍ରଭାକର ପାତ୍ର, ଟ୍ରାଫିକ ସବନିକ୍ସପେକ୍ଟର ସୁଶାନ୍ତ କୁମାର ପାତ୍ର ଓ ସଡକ ସୂରକ୍ଷା ଅଧିକାରୀ ଶଙ୍କର ନାରାୟଣ ଚଉଧୁରୀଙ୍କ ସମେତ ପୁରୀ ଜିଲ୍ଳା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ରହି କୋଣାର୍କ ଥାନାଛକ ଠାରେ ସଡକ ସୁରକ୍ଷା ସମ୍ପର୍କିତ ଏକ ସଚେତନତା ସଭା କରାଯାଇଥିଲା । ସମାଜସେବୀ ରାମକୃଷ୍ଣ ମହାନ୍ତିଙ୍କ ନେତୃତ୍ୱରେ କୋଣାର୍କ ଭଗବତୀ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ ଏବଂ ଜାତୀୟ ସେବା ଯୋଜନା ୟୁନିଟ୍, ସରକାରୀ ଉଚ୍ଚବିଦ୍ୟାଳୟ, ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ୱର ବିଦ୍ୟାପୀଠର ଶତାଧିକ ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରାରେ ବାହାରୀ କୋଣାର୍କ ବଜାର ପରିକ୍ରମା କରିବା ସହ ଦୁଇଚକିଆ ଯାନର ଚାଳକଙ୍କୁ ହେଲେମେଣ୍ଟ ବ୍ୟବହାର କରିବା ଓ ଚାରିଚକିଆ ଯାନର ଚାଳକଙ୍କୁ ସିଟ୍ବେଲ୍ଟ ବ୍ୟବହାର କରିବା, ମଦ୍ୟପାନ କରି ଗାଡି ନ ଚଳାଇବା, ଗାଡି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ନ କରିବା, ବେପରୁଆ ହୋଇ ଦୃତ ଗତିରେ ଗାଡି ନ ଚଳାଇା ସହିତ ସମସ୍ତ ପ୍ରକାର ଟ୍ରାଫିକ ନିୟମ ମାନିବା ପାଇଁ ବୁଝାଇଥିଲେ ।  ପୁରୀ ଜିଲ୍ଳା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସଡକ ସୁରକ୍ଷା ସମ୍ପର୍କିରେ ଉଲ୍ଲେଖ ଥିବା ଏକ ସ୍ୱତନ୍ତ୍ର ରଥ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲା ।  ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ପ୍ରମୁଖ ସ୍ଥାନ ମାନଙ୍କରେ  ଏହି ପରି ସଡକ ସୂରକ୍ଷା ସପ୍ତାହ ପାଳନ କରାଯିବ ବୋଲି  ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦଳାଇ ସୂଚନା ଦେଇଛନ୍ତି ।
    କୋଣାର୍କରୁ ଅଜିତ କୁମାର ମଲିକ

    Blog Archive

    Popular Posts