Breaking News

୭୧ତମ ସ୍ୱାଧୀନତା ଦିବସରେ ମଟର ସାଇକେଲରେ ଦୁସାହିସକିତା ପ୍ରଦର୍ଶନୀ କରି ପ୍ରଶସିଂତ ହେଲେ ଓଡିଆଝିଅ

 D Senapati
Delang 
ଡେଲାଙ୍ଗ---  ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକର ଯୋରକଣି ଗ୍ରାମର ଝିଅ ଆଜି ସିଆରପିଏଫ ପକ୍ଷରୁ ଦୀଲ୍ଲି ଲାଲକିଲ୍ଲାରେ ୭୧ତମ ସାଧାରଣତନ୍ତ୍ର ଦିବସରେ ମଟର ସାଇକେଲରେ ପ୍ଳାର୍ଗ ମାର୍ଚ୍ଚ କରି ବେଶ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । ଯୋରକଣି ଗ୍ରାମରହରିହର ବେହେରାଙ୍କ କନ୍ୟା ପ୍ରତୀମା ବେହେରା ବହୁ ପରିଶ୍ରମ କରି ୧୯୯୪ ମସିହାରେ ଭୁବନେଶ୍ୱର ସ୍ଥିତ ସିଆରପିଏଫ ଯୋଗ ଦେଇଥିଲେ । ୧୯୯୬ ରେ ସୁଇମିଙ୍ଗି ଟିମରେ ଯୋଗଦେଇ ନ୍ୟାସନାଲରେ ଭାଗ ନେଇ ଓଡିଶା ପାଇଁ ଗୋଲଡ ମେଡାଲ ଆଣିଥିଲେ । ଦେଶ ସେବା କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ୨୦୧୪ରେ ମଟର ସାଇକେଲ ଟିମ ଆରମ୍ଭ ହେବାପରେ ଏଥିରେ ସୁଯୋଗ ପାଇଥିଲେ । ୧୬ ଥର ବିଭିନ୍ନ ଯାଗରେ କ୍ରୀଡା ପ୍ରଦର୍ଶନୀ କରି ସିଆରପିଏଫଡିଜିଙ୍କ ଠାରୁ ପୁରଷ୍କାର ପାଇଛନ୍ତି । ଏହି ମହିଳା ମଟର ସାଇକେଲ ଟିମ ଲିମିକା ବୁକରେ ରେକର୍ଡ କରି ଦେଶ ପାଇଁ ଗୌରବ ମଧ୍ୟ ଆଣିଛନ୍ତି । ୨୦୨୦ରେ ସାଧାରଣତନ୍ତ୍ର ଦିବସରେ ସିଆରପି ଏଫ ମହିଳା ମଟର ସାଇକେଲ ଚାଳନା କରି  କ୍ରୀଡା ପ୍ରଦର୍ଶନ କରିବା ସହିତ ପ୍ଳାର୍ଗ ମାର୍ଚ୍ଚ କରିବାର  ସୁଯୋଗ ମିଳିଥିବାରୁ ଏହି ଟିମ ନିଜକୁ ଧନ୍ୟ ମନେ କରିବା ସହିତ ଅଧିକାରୀ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଭାରତ ମାଟିର ନାମ ରଖିବା ସହିତ ଓଡିଆ ଝିଅ ଭାବେ ଓଡିଆ ଜାତିର ମାନ ଟେକ ରଖିବା ପାଇଁ ଶ୍ରୀମତି ବେହେରା ସବୁ ବେଳେ ଚେଷ୍ଟିତ ବୋଲି କହିଛନ୍ତି । ଏବେ ସେ ହାବିଲଦାର ପୋଷ୍ଟରେ ନିଯୁକ୍ତି ପାଇଥିବା ବେଳେ ତାଙ୍କ ସ୍ୱାମୀ ମଧ୍ୟ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗିର ସୋରଣ ଗ୍ରାମର ମାଧବ ଚନ୍ଦ୍ର ବେହେରା ହାବିଲଦାର ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କ ବାପାଙ୍କ ନାମ ଗୁରୁବାରି ବେହେରା ବୋଲି ଜଣାପଡିଛି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts