Breaking News

ଟ୍ରେନ ଧକ୍କାରେ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ

ଡେଲାଙ୍ଗ----  ଖୋର୍ଦ୍ଧା- ପୁରୀ  ଡାଉନ ରେଳଧାରଣରେ ଜଣେ ଯୁବ ଇଞ୍ଜିନିୟରଙ୍କ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଯାଇଛି । ବସନ୍ତପୁର ଓ ନିଁପୁର ରେଳ ଧାରଣା କରରେ ଗ୍ୟାସ ପାଇପି କାମ ହେଉଛି । ଏଥିରେ କଳ୍ପତରୁ ପାୱାର ଟ୍ରନ୍ସମିଶନ ଲିମିଟେଡ କମ୍ପାନୀରେ ସର୍ଭେ ଇଞ୍ଜିନିୟର ଭାବେ ଅତୁଳ ଶଶିକାନ୍ତ ପାୱାର (୨୭)କାମ କରନ୍ତି । ତାଙ୍କ ଘର ମହାରାଷ୍ଟର ମନେରାଜୁରୀ ଗ୍ରାମର ବୋଲି ଜଣାପଡିଛି । ପୁରୀରୁ ଆସୁଥିବା ସାନ୍ତରାଗାଛି ପାସେଞ୍ଜର ଟ୍ରେନଟି ତାଙ୍କୁ ଧକ୍କା ଦେଇଥିଲା ।ଯାହା ଫଳରେକି ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଖବର ପାଇ ଖୋର୍ଦ୍ଧରୋଡ ରେଳୱୋ ଥାନାର ଏ ଏସ ଆଇ ପରୀକ୍ଷିତ ନାୟକ ଶବ ଜବତ କରି ବ୍ୟବଛେଦ ନିମନ୍ତେ ନିଆଯାଇଥିବା ଜଣାପଡିଛି । ଏକ ଅପମୃତ୍ୟୁ କେସ ରୁଜ କରି ତଦନ୍ତ ଜାରି ରହିଛି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts