ଲାଦେର ପାଲି ସେବାଶ୍ରମରେ ସରସ୍ୱତୀ ପୂଜା...
ବରଗଡ଼--- ବରଗଡ଼ ଜିଲ୍ଲା ଅତାବିରା ଏନଏସି ସ୍ଥିତ ୱାର୍ଡନଂ୧୦ ର ଉପ୍ରା ସେବାଶ୍ରମ ସ୍କୁଲରେ ପ୍ରଧାନ ଶିକ୍ଷକ କଂଗ୍ରେସ ପ୍ରଧାନଙ୍କ ସଂଯୋଜନା କ୍ରମେ ସରସ୍ୱତୀ ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ଛାତ୍ରଛାତ୍ରୀ ମାନେ ନିଜ ନିଜର ପୂଜାଥାଳି ଧରି ଆସି ସରସ୍ୱତୀ ଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ । କଳସ ଅଧିବାସ,ପୀଠପୂଜା,ହୋମ ଓ ଯଜ୍ଞ ଆଦି ପୂଜାପାଠ ମାନ ହେଇ ପୂର୍ଣ୍ଣାହୁତି ହୋଇଥିଲା।ଏଥିରେ ପୂଜକ ଭାବେ ନବୀନ ଦାଶ ରହିଥିବା ବେଳେ ସ୍କୁଲର ଛାତ୍ରୀ ଜନନୀ ଓରାମ ପୂଜାକାର୍ଯ୍ୟ ତୁଲାଇ ଥିଲେ।ଏହି ଅବସରରେ ଏନଏସି ର ୱାର୍ଡ ନଂ୯ ର ସଭ୍ୟା ଆରତୀ ନାୟକ,ୱାର୍ଡ ନଂ୧୦ ର ସଭ୍ୟା ସୁରେଶ୍ୱରୀ ପାଣ୍ଡେ,ଏସ ଏମ୍ ସି ଚେୟାରମେନ ପ୍ରତିମା ବାଦୀ,ଭାଇସ ଚେୟାରମେନ ବିଦ୍ୟା ପାଇକ,ବିନୋଦ ନାୟକ ତଥା ସ୍କୁଲର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ପ୍ରମୁଖଙ୍କ ସମ୍ପୁର୍ଣ୍ଣ ସହଯୋଗ ରହିଥିଲା।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ