Breaking News

ଶାନ୍ତି ସଂହତି ସଦ୍‌ଭାବନାର ଅଭିଯାତ୍ରୀଙ୍କୁ ତେନ୍ତୁଳିପ୍‌ଦାରେ ଭବ୍ୟ ସମ୍ବର୍ଦ୍ଧନା

କୁଜଙ୍ଗ----- ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଦେଶବ୍ୟାପି ପାଳନ ଅବସରରେ ଝାରସୁଗୁଡାରୁ ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋ ଅଭିମୁଖେ ବାହାରିଥିବା ଗାନ୍ଧୀ ବିଚାର ଧାରାର ଅଭିଯାତ୍ରୀ ଦଳକୁ ସୋମବାର ତେନ୍ତୁଳିପଦା ଗ୍ରାମର ଜନସାଧାରଣଙ୍କ ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ବୈଠକରେ ସରପଞ୍ଚ ଲକ୍ଷ୍ମୀପ୍ରୀୟା ବେହେରା ସଭାପତିତ୍ୱ କରିଥଲେ ।  ମୁଖ୍ୟ ଅତିଥି ତେନ୍ତୁଳିପଦା ଗ୍ରାମର  ଅବସରପ୍ରାପ୍ତ କେନ୍ଦ୍ରୀୟ ଟ୍ର‌୍ୟୁବନାଲର ଜଷ୍ଟିସ ମନୋରଞ୍ଜନ ମହାନ୍ତି, ସମ୍ମାନିତ ଅତିଥି ବର୍ଷିୟାନ ସ୍ୱାଧିନତା ସଂଗ୍ରାମୀ ନିଶାକର ଦାସ, ମୁଖ୍ୟବକ୍ତା ରାଷ୍ଟ୍ରୀୟ ଯୁବ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଡଃ ବିଶ୍ୱଜିତ, ଅତିଥି ବରିଷ୍ଠ ଅବସରପ୍ରାପ୍ତ ପ୍ରଶାସକ ସୁରେଶ ଚନ୍ଦ୍ର ମହାନ୍ତି, ଜଗତସିଂହପୁର ଏସଭିଏମ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ର. ରବିପ୍ରସନ୍ନ ସାହୁ, ଶିକ୍ଷାବିତ ଗୋଲୋକ ବିହାରୀ ପଲାଇ ଯୋଗଦେଇ ଗାନ୍ଧୀ ବିଚାର ଧାରାର ମହନୀୟ ଆଦର୍ଶ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଜଷ୍ଟିସ ମହାନ୍ତି ଅଭିଯାତ୍ରୀ ଦଳର ସଦସ୍ୟ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ବିରଜା ପ୍ରସନ୍ନ ପରିଜା, ଚୌ. ରାଧାମୋହନ ପରିଜା, ଭାଗିରଥି ମହାନ୍ତି, ରଶ୍ମିରଞ୍ଜନ ପରିଜା, ପ୍ରଭୂଦର୍ଶନ ଚୌଧୁରୀ, ସୁରେନ୍ଦ୍ର ସାହୁ, ଅକ୍ଷୟ ମହାନ୍ତି, ରଞ୍ଜିତ ମହାନ୍ତି, ପ୍ରୟାସ ମହାନ୍ତି, ଜ୍ୟୋତିରଞ୍ଜନ ପରିଜା, ଆଶିଷ ରାଉତ, ଅକ୍ଷୟ ସାହାଣୀ, ଶ୍ରୀନିବାସ ଦାଶ, ପ୍ରଭାତି ସାହୁ, ନମିତା ସିଂହ, ପ୍ରଦୀପ୍ତ ପରିଜା, ଦୀପକ ସାହୁ, ରାଜଶ୍ରୀ ମହାପାତ୍ର, ପୀୟୁଷ ମହାନ୍ତି, ପ୍ରଫୁଲ୍ଲ ଭୋଇ, ଆଲୋକ ସାମଲ, ଫକିର ବାରିକ, ଅୟସକାନ୍ତ ବାରିକ, ଅମୁଲ୍ୟ ନନ୍ଦ, ଜୟନ୍ତ ପଣ୍ଡା, ପ୍ରକାଶ ପାତ୍ର ଏବଂ ବହୁ ଯୁବ ବର୍ଗ ଯୋଗଦେଇଥିଲେ । ପରେ ପରେ ଅଭିଯାତ୍ରୀ ଦଳ ତରଫରୁ ପଥପ୍ରାନ୍ତ ନାଟକ ଆୟୋଜିତ ହୋଇଥିଲା । ଗ୍ରାମର ବହୁ ଜନସାଧାରଣ ଏହାକୁ ଉପଭୋଗ କରିଥିଲେ । ସମାଜସେବୀ ସୁବ୍ରତ ଦାଶ ଧନ୍ୟବାଦ ଦେଇଥିଲେ । 
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର

Blog Archive

Popular Posts