Breaking News

ଡେଲାଙ୍ଗ ଗାଦିବହ୍ମ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ


ଡେଲାଙ୍ଗ------ ଡେଲାଙ୍ଗ ଗାନିବ୍ରହ୍ମ ମହାବିଦ୍ୟାଳୟର ୨୭ତମ ବାର୍ଷିକ ଉତ୍ସବ ମହାସମାରୋହରେ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦୀପ ମହାରଥୀ ଓ ମୁଖ୍ୟବକ୍ତା ଭାବେ ଡ. ଅଧ୍ୟାପିକା  ପ୍ରତିଭା ମହାରଥୀ  ଯୋଗଦେଇ ଏ ମହାବିଦ୍ୟାଳୟ ଯେଉଁ ମହାପୁରଷଙ୍କ ନାମରେ ହୋଇଛି ସେ ଜଣେ ସିଦ୍ଧ ମହାପୁରଷ ଥିଲେ । ମହାପୁରଷଙ୍କ ପରି ତମେ ମାନେ ଶିକ୍ଷାକୁ ସିଦ୍ଧ କରି ପାରିଲେ ଜୀବନରେ ଜଣେ ଜଣେ ମହାପୁରଷ ହୋଇ ପାରିବ ବୋଲି ଅତିଥି ମାନେ  କହିଥିଲେ । ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଓ ବିଡିଓ କ୍ଷୀରୋଦ୍ର ପ୍ରଧାନ, ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷ ଅଶୋକ ମହାନ୍ତି  ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦଘାଟନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସରୋଜ କୁମାର ପଣ୍ଡା ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ ।  ମହାବିଦ୍ୟାଳୟର ଛାତ୍ର ମାନଙ୍କ ଦ୍‌ାବରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା ।  ବିଭିନ୍ନ ପ୍ରତିଯୋଗିତାରେ ସଫଳତା ଲାଗ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରଷ୍କାର ପ୍ରଦାନ କରିଥିଲେ । ସଭା ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପକ ତ୍ରିନାଥ ପରିଡା ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts