କନିମୂଳ ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ
କୁଜଙ୍ଗ--- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପରିଚାଳନା ସମିତି ସଭାପତି ପ୍ରଣବ କୁମାର ସାହୁ ପ୍ରଦ୍ୱୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦଘାଟନ କରିିଥିଲେ । ମୁଖ୍ୟଅତିଥି ତିର୍ତ୍ତୋଲ ବ୍ଲକ ଆତ୍ମା ଅଧ୍ୟକ୍ଷ ବସନ୍ତ କୁମାର ମହାପାତ୍ର ଯୋଗଦେଇ ଚରିତ୍ରବାନ ନାଗରିକ ଭାବରେ ଶିଶୁମାନଙ୍କୁ ଗଢ଼ିତୋଳିବା ପାଇଁ ସରସ୍ୱତୀ ଶିଶୁ ମନ୍ଦିର ଏକ ନିର୍ଭର ଯୋଗ୍ୟ ଶିକ୍ଷାନୁଷ୍ଠାନ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ବାୟାଅବଧୂତ କଲେଜର ପୂର୍ବତନ ଅଧ୍ୟକ୍ଷ ଆଦିତ୍ୟ ପ୍ରସାଦ ଧଳ, ସମ୍ମାନନିତ ଅତିଥି ତିର୍ତ୍ତୋଲ ବ୍ଲକ ୧ନଂ ଜୋନର ଜିଲ୍ଲାପରିଷଦ ସଭ୍ୟ ସନାତନ ଦଳାଇ, ଗୋପାଳପୁର(ଶ) ସରପଞ୍ଚ କୃଷ୍ଣପ୍ରସାଦ ଦାସ ଓ ସମ୍ପାଦକ ସୁଧୀର କୁମାର ପଟ୍ଟନାୟକ ପ୍ରମୁଖ େଯୋଗଦେଇ ବର୍ତ୍ତମାନ ସମୟରେ ସମଗ୍ର ଭାରତବର୍ଷରେ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ବଞ୍ଚେଇବା ପାଇଁ ଶିକ୍ଷା ବିକାଶ ସମିତି ଅଧିନରେ ସମସ୍ତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରୟାସ ରତ । ଆଚାର୍ଯ୍ୟ, ଆଚାର୍ଯ୍ୟାମାନଙ୍କର ନିଶ୍ୱର୍ଥପର ଶିକ୍ଷାପ୍ରେମ ସେବା ଯୋଗୁ ଏପରି ଶିଶୁ ନିର୍ମାଣ ହେଉଛନ୍ତି । ଯେଉଁମାନେ ଆଗାମୀ ଦିନରେ ଭାରତ ବର୍ଷର ନେତୃତ୍ୱ ନେବେ ବୋଲି ମତବ୍ୟକ୍ତ କରିଥିଲେ । କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ମଲ୍ଲିକ ଅତିଥି ପରିଚୟ ପ୍ରଦାନ ଓ ବରିଷ୍ଠ ଆଚାର୍ଯ୍ୟା ତଥା ଶିଶୁ ବାଟିକା ପ୍ରମୁଖ ସୁରଭୀ ପୃଷ୍ଟି ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ୍ତ କୁମାର ଲେଙ୍କା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ତରଫରୁ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପୁଷ୍ପଗୁଛ ଅର୍ପଣ କରି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ବିଶିଷ୍ଟ ସମାଜସେବୀ ଶିଶିର କୁମାର ମହାନ୍ତି ବିଦ୍ୟାମନ୍ଦିରର ପାଠାଗାର ନିମନ୍ତେ ପୁସ୍ତକ ପ୍ରଦାନ କରିଥିବାରୁ ବିଦ୍ୟାମନ୍ଦିର ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ । ଆଚାର୍ଯ୍ୟ ପ୍ରତିନିଧି ନୃସିଂହ ଚରଣ ପତି, ସହକାରୀ ଆଚାର୍ଯ୍ୟ ସଲିଳ କୁମାର ମହାପାତ୍ର, ସହକାରୀ ଆଚାର୍ଯ୍ୟାତ୍ସ୍ିତା ପାତ୍ର, ମମତା ଦାଶ, ରଶ୍ମିତା ସାହୁ, ସୁରଭି ପୃଷ୍ଟି, ପୁଷ୍ପାଞ୍ଜଳି ରାଉତ, ସସ୍ମିତା ଜେନା, ଜୁଲିପ୍ରିୟା ଖୁଣ୍ଟିଆ, ବୈଜୟନ୍ତୀ ସାହୁ, ପ୍ରଜ୍ଞା ପରମିତା ଦେବଶ୍ରୀ ସାହୁ, ବନ୍ଦିତା ସାହୁ, ଦିପଞ୍ଜଳୀ ବେହେରା, ଅର୍ଚ୍ଚନା ପ୍ରିୟଦର୍ଶନୀ ବିଜୟ ଲକ୍ଷ୍ମୀ ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କ୍ରିଡ଼ା ପ୍ରତିଯୋଗିତାରର କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ ଅତିଥିମାନେ କରିଥିଲେ । ବିଦ୍ୟାଳୟର ଆଚାର୍ଯ୍ୟା ପ୍ରିତିଲତା ମଲ୍ଲ ଧନ୍ୟବାଦ ଦେଇଥିଲେ ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର