ପତନୀବର ରେନବୋ କ୍ରିକେଟ କ୍ଲବର କ୍ରିକେଟ ଟୁର୍ଣ୍ଣାମେଣ୍ଟ; କୁମାରବସ୍ତ ଚମ୍ପ୍ରିୟାନ
ବେଗୁନିଆ---- ବେଗୁନିଆ ବ୍ଲକ ସାରୁଅ ପଞ୍ଚାୟତ ଅନ୍ତର୍ଗତ ପତନୀବର ଗ୍ରାମର ରେନବୋ କ୍ରିକେଟ କ୍ଲବ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା । ଫାଇନାଲ ମ୍ୟାଚରେ କୁମାରବସ୍ତ ରାଇଜିଂ ଷ୍ଟାର କ୍ରିକେଟ କ୍ଲବ ଓ ଖୋର୍ଦ୍ଧା କଳିଙ୍ଗ ଟାଇଗର କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖୋର୍ଦ୍ଧା କଳିଙ୍ଗ ଟାଇଗର କ୍ଲବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୧୭୧ ରନ କରିଥିବା ବେଳେ କୁମାରବସ୍ତ କ୍ରିକେଟ କ୍ଲବ ବିଜୟ ଲକ୍ଷ୍ୟରେ ୩ ଉଇକେଟ ବିନିମୟରେ ୧୭୨ ରନ ସଂଗ୍ରହ କରି ବିଜୟ ହାସଲ କରିଥିଲା । ଖେଳକୁ ପ୍ରଣବ ପାଇକରାୟ ଓ ଭାଗିରଥି ପରିଚାଳନା କରିଥିଲେ । ପୁରସ୍କାର ବିତରଣ ସଭାରେ କଂଗ୍ରେସ ନେତା ପ୍ରଦୀପ କୁମାର ସାହୁ,ସ୍ଥାନୀୟ ସରପଞ୍ଚ ସୁଦର୍ଶନ ବେହେରା,ସମାଜସେବୀ ଶଶୀ ଭୂଷଣ ପାଣିଗ୍ରାହୀ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ବିଜୟୀ ଓ ରନର୍ସ ଅପ ଦଳକୁ ପୁରଶ୍କାର ପ୍ରଦାନ କରିଥିଲେ ।
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
![]() |
Begunia |