ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ
ବାଲିଗୁଡା ----.କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଗାୟତ୍ରୀ ଶକ୍ତିପୀଠ ପ୍ରାଙ୍ଗଣରେ ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ବୁଧବାର ସନ୍ଧ୍ୟା ରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ପ୍ରଥମଦିନ ସକାଳେ ଗାୟତ୍ରୀ ପରିବାରର ମହିଳା ମାନଙ୍କ ଦ୍ୱାରା କଳସ ଯାତ୍ରା କରାଯାଇ ସମଗ୍ର ସହର ପରିକ୍ରମା କରାଯାଇଥିଲା। ସନ୍ଧ୍ୟା ରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଓ ତୃତୀୟ ଦିବସରେ ପଞ୍ଚକୋଷ ଜାଗରଣ ,ଧ୍ୟାନ, ପ୍ରଜ୍ଞାଯୋଗ ସହ ବିଶ୍ୱ କଲ୍ୟାଣ ନିମନ୍ତେ ବିଭିନ୍ନ ସଂସ୍କାର ଯଥା, ପୁଂସବନ, ନାମକରଣ, ଅନ୍ନପ୍ରାସନ, ବିଦ୍ୟାରମ୍ଭ ବ୍ରତୋପନୟନ ଓ ଦୀକ୍ଷା, ସଂସ୍କାର ବିନୋଦୟ ପ୍ରଭୁତି କରାଯାଇଛି । ଶେଷରେ ଯଜ୍ଞ ସଂସ୍କାର ପୂର୍ଣ୍ଣାହୁତି ଓ ଟୋଲି ବିଦାୟ କରି ସମାପନ କରାଯାଇଥିଲା । ଏଥିରେ କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣ ରୁ ଶତାଧିକ ଗାୟତ୍ରୀ ଭକ୍ତ ଯୋଗ ଦେଇଥିଲେ । ଏହି ତିନି ଦିନିଆ ଯଜ୍ଞରେ କନ୍ଧମାଳ ଜିଲ୍ଲା ପରିଷଦ ସଭ୍ୟା ସୁଜାତା ଦିଗାଲଙ୍କ ଧ୍ଵଜ ଉତ୍ତୋଳନ କରିବା ସହ ଭୁବନେଶ୍ୱର ଗାୟତ୍ରୀ ପରିବାରରୁ ଆସିଥିବା ଦିବ୍ୟଶ୍ରୀ, ମଞ୍ଜୁଶ୍ରୀ, ସୁମତି, ଜୟନ୍ତ, ତ୍ରିଲୋଚନ ପ୍ରମୁଖ ଆସି ପ୍ରବଚକ ଭାବେ ଯୋଗ ଦେଇଥିଲେ । ଏଥିରେ ସ୍ଥାନୀୟ ଗାୟତ୍ରୀ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।