ରମାମଣି ମହାବିଦ୍ୟାଳୟର ବାର୍ଷିକ ଉତ୍ସବ
ବେଗୁନିଆ― ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ଼ ରମାମଣି ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅଧ୍ୟକ୍ଷ୍ୟା ଡ଼ଃ ରଶ୍ମିଧାରା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ଏହି ସଭାରେ ଵିଶିଷ୍ଟ ଲେଖକ ତଥା ସମାଲୋଚକ ଡ଼ଃ ବେଣୁଧର ଦାସ ମୁଖ୍ୟ ଅତିଥି ,ନିରାକାରପୁର କଲେଜର ଇଂରାଜୀ ଅଧ୍ୟାପକ ଡ଼ଃ ମୃତ୍ୟୁଞ୍ଜୟ ରଥ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଛାତ୍ରଛାତ୍ରୀମାନେ ଚରିତ୍ର ଗଠନ ସହ ମାନବୀୟ ମୂଲ୍ୟବୋଧ ଉପରେ ଗୁରୁତ୍ବାରୋପ କରିଥିଲେ । ସଭାର ପ୍ରାରମ୍ଭରେ ପ୍ରାଧ୍ୟାପକ ପ୍ରଦୀପ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ।ପ୍ରାଧ୍ୟାପକ ହରେକୃଷ୍ଣ ସାମଲ ବାର୍ଷିକ ବିବରଣୀ ପଠନ କରିଥିଲେ ।ପରେ ଅତିଥିମାନେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ୭୮ ଜଣ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।ମହାବିଦ୍ୟାଳୟ ପକ୍ଷରୁ ଅବସରପ୍ରାପ୍ତ ପ୍ରାଧ୍ୟାପକ ରବି ନାରାୟଣ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ଶେଷରେ ବରିଷ୍ଠ ଅଧ୍ୟାପକ ଇନ୍ଦୁଭୂଷଣ ହରିଚନ୍ଦନ ଧନ୍ୟବାଦ ଦେଇଥିବା ବେଳେ ଖେଳ ଶିକ୍ଷକ ବିଜୟ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ପରେ ସ୍ଥାନୀୟ ଅଞ୍ଚଳର ନାଟ୍ୟ ନିର୍ଦ୍ଦେଶକ ଧ୍ରୁବ ଚରଣ ମହାପାତ୍ରଙ୍କ ସଂଯୋଜନାରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ ।