Breaking News

ମହୋଦଧି ଛାତ୍ରାର ବାର୍ଷିକୋତ୍ସଵ



 ବରଗଡ଼----   ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ଅଗ୍ରଣୀ ଶିକ୍ଷାକେନ୍ଦ୍ର ଲରମ୍ଭା ମହାବିଦ୍ୟାଳୟ ଲରମ୍ଭା ମହୋଦଧି ଛାତ୍ରାବାସର ଇଣ୍ଟରବେଷ୍ଟ ୨୦୨୦ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ନରେନ୍ଦ୍ର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏଜ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉପାଧ୍ୟକ୍ଷ ରତନ କୁମାର ଶର୍ମା ଅତିଥି ପରିଚୟ ପ୍ରଦାନ କରିଥିଲେ ।  ଡ଼ଃ ଅଜିତ କୁମାର ନାଥ ସ୍ୱାଗତ ଭାଷଣ ସହ ବାର୍ଷିକ ବିବରଣୀ ପଠନ କରିଥିଲେ। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଡ଼ଃ ପୁରୁଷୋତ୍ତମ ମିଶ୍ର ,ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ,ଅଭିନେତା ତଥା ବରିଷ୍ଠ ଓଡ଼ିଆ ଅଧ୍ୟାପକ ଧର୍ମଶାଳା କଲେଜ ସୋନପୁର ଯୋଗଦେଇ ସମ୍ମାନୀତ ହୋଇଥିଲେ।ଛାତ୍ରାବାସର ତତ୍ୱାବଧାରକ ଡ଼ଃ ଅଜିତ କୁମାର ନାଥଙ୍କ ସହ ତତ୍ୱାବାଧାରକ ଦିନେଶ କୁମାର ପ୍ରଧାନ,ଆଦିତ୍ୟ ଖମାରୀ,ସରୋଜ କୁମାର ନାୟକ,ହିସାବ ରକ୍ଷକ ପ୍ରମୋଦ ଚନ୍ଦ୍ର ସେଠ,ସହଯୋଗୀ ତାରାଚାନ୍ଦ କଣ୍ଟା  ଯୋଗଦେଇ ଥିଲେ । ଛାତ୍ର ସମ୍ପାଦକ ଶ୍ରୀ ଅବିଶେକ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଲରମ୍ଭା ବିଦ୍ୟୁତ ବିଭାଗୀୟ ଅଧିକାରୀ ରାକେଶ କୁମାର ସାହୁ ସହଯୋଗ କରିଥିଲେ।  ହଷ୍ଟେଲର ଅନ୍ତେବାସୀଙ୍କ ଦ୍ୱାରା ସମ୍ବାନ ପ୍ରଦାନ କରାଯାଇଥିଲା। ମଞ୍ଚସ୍ଥ ସମ୍ବଲପୁରୀ ନାଟକ "ପଢ଼ିଲେ ପାଠ ଦିସବା ବାଟ" ର ସଫଳ ନିର୍ଦ୍ଦେଶକ ରୂପେ ପ୍ରମୋଦ ଚନ୍ଦ୍ର ସେଠଙ୍କୁ ସମ୍ବାନୀତ କରାଯାଇଥିଲା। ଚଳିତ ବର୍ଷର  ଛାତ୍ର ସମ୍ବାନ ସୁରଜ କୁମାର ହରିପାଳଙ୍କୁ ପୁରସ୍କୃତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲଦୁଳି ଓ ସିଙ୍ଗେନ ପାଲି ଛୁମକୁଛୁମା ନୃତୁ ଦଳ ସେମାନଙ୍କର ନୃତ୍ୟ  ଉପସ୍ଥାପନ କରିଥିଲେ।ଛାତ୍ର ମାନଙ୍କ ଦ୍ଵାରା ବହୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ମହାବିଦ୍ୟାଳୟର ପବିତ୍ର କୁମାର ମାହାରଣା,ଗଣେଶ ସିଂ,ଡ଼ଃ ଅମ୍ରିତା ସାମନ୍ତ,ରିଙ୍କି ଖେତି,ଶିଶିର କୁମାର ସାହୁ, ଗୋପାଳ ଚନ୍ଦ୍ର ନାୟକ,ଗୁରୁଦେବ କୁଶଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts