Breaking News

ଗୁରୁକୁଳ ଶିକ୍ଷା ନିକେତନର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବେଗୁନିଆ---- ବେଗୁନିଆ ଥାନା ଅନ୍ତର୍ଗତ ଗେଡିଆପଲ୍ଲୀ ପଞ୍ଚାୟତର ସାଲତରା ଗୁରୁକୁଳ ଶିକ୍ଷା ନିକେତନର  ଦଶମ ବାର୍ଷିକ ଉତ୍ସବ ଓ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ପରିଚାଳନା କମିଟି ସଭାପତି ଶିକ୍ଷାବିତ୍ ରାଜ କିଶୋର ମହାପାତ୍ରଙ୍କ ଅଧ୍ୟକ୍ଷତା କରିଥିଲେ ।   ଉତ୍ସବକୁ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ଉଦଘାଟନ କରିଥିଲେ । କବି ଗୋପିନାଥ ସେଠୀଙ୍କ ସଂଯୋଜନାରେ ଆୟୋଜିତ ସଭାରେ ପୂର୍ବତନ ଜିଲ୍ଲାପାଳ ଦେବରାଜ ସେନାପତି ମୁଖ୍ୟ ଅତିଥି,କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟର ପ୍ରାଧ୍ୟାପକ ପବିତ୍ର କୁମାର ସୁବୁଦ୍ଧି ମୁଖ୍ୟବକ୍ତା,ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ପ୍ରଧ୍ୟାପକ ରବୀନ୍ଦ୍ର ନାଥ ପାଣିଗ୍ରାହୀ ଓ ଖୋର୍ଦ୍ଧା ଜିଲ୍ଲା ଶିଶୁ କଲ୍ୟାଣ ଅଧିକାରୀ ନୀଳକଣ୍ଠ ତ୍ରିପାଠୀ ସମ୍ମାନିତ ଅତିଥିଭାବେ ଯୋଗ ଦେଇ  ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଏଇ ନୂତନ ବିଶ୍ୱରେ ଶିକ୍ଷାର୍ଥୀମାନେ  ତଥ୍ୟ ଅପେକ୍ଷା ଜ୍ଞାନ ଆହରଣ ଉପରେ ଗୁରୁତ୍ୱ ପ୍ରଦାନ କରିବାପାଇଁ ପରାମର୍ଶ ଦେଇଥିଲେ । ଉତ୍ସବର ପ୍ରାରମ୍ଭରେ ବୈଦିକ ଶାନ୍ତିମନ୍ତ୍ର ଉଚ୍ଚାରଣ ପରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ପରେ ସହସମ୍ପାଦକ ରମେଶ ଚନ୍ଦ୍ର ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ।ଏହି ଅବସରରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ‘’ଅସହାୟ ମଣିଷର ଅନ୍ତଃ ସ୍ୱର’’ ନାଟକ ପରିବେଷଣ କରାଯାଇଥିଲା ।
 ବେଗୁନିଆରୁ ଯୋଗେଶ୍ୱର ପଣ୍ଡା
 J Panda
Begunia

Blog Archive

Popular Posts