Breaking News

ମା ଜାଗୁଳାଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ; ୩୬ ରନରେ ବିଜୟୀ

ସାକ୍ଷୀଗେ।।ପଳ -----   ସତ୍ୟବାଦୀ ବ୍ଳକ ଅନ୍ତର୍ଗତ  ବଳରାମପୁରଗଡ ଗ୍ରାମ ପଞ୍ଚାୟତର  ମା ଜାଗୁଳାଇ କ୍ରିକେଟ କ୍ଳବ ମାଳସାହି ପକ୍ଷରୁ ଜାଗୁଳାଇ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି । ଏଥିରେ ୮ଟି ଦଳ ଅଂଶ ଗ୍ରହଣ କରିବେ । ଏମସିସି ଖେଳ ପଡିଆରେ ଅନୁଷ୍ଠିତ ହେଉଛି । ଆଜି ପ୍ରଥମ ଦିବସରେ ନୂଆବଢ଼ୁକେରା ସହିତ ଯୋପନ କ୍ରିକେଟ କ୍ଳବ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଯୋପନ କ୍ରିକେଟ କ୍ଳବ ବ୍ୟାଟିଂ କରି ୧୮ ଓଭରରେ ୫ ଉଇକେଟ ବିନିମୟରେ ୧୭୪ ରନ କରିଥିଲେ । ଜବାବରେ ନୂଆବୁଢ଼ାକେରା ଦଳ ୧୫ ଓରଭରେ ସମସ୍ତ ଉଇକେଟ ହରାଇ ୧୩୮ ରନ କରିଥିଲେ । ଯୋପନ ଦଳ ୩୬ ରନରେ ବିଜୟୀ ହୋଇଛି । ବିଜୟ କୁମାର ବେହେରା ଓ ବିଭୂପ୍ରସାଦ ପଣ୍ଡା ଖେଳ ପରିଚାଳନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts