Breaking News

ପୁରୀ ଜିଲ୍ଲା ର ବିଭିନ୍ନ ବ୍ଲକ ଓ ପଂଚାୟତ ସ୍ତରରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ


 J Sehti
Puri
ପୁରୀ - ଆଜି ହେଉଛି ଭାରତ ବର୍ଷର  ୭୧ତମ ସାଧାରଣତନ୍ତ୍ର ଦିବସ । ୧୯୪୭ଅଗଷ୍ଟ ୧୫ତାରିଖରେ ଭାରତ ଇଂରେଜ ବିରୁଦ୍ଧରେ ସତ୍ୟାଗ୍ରହ କରି ସ୍ବାଧୀନତା ହାସଲ କରିଥିଲେ ମଧ୍ୟ ପୂଣ୍ଣ ସ୍ବାଧୀନତା ହାସଲ କରିପାରିନଥିଲା ।  ୧୯୫୦ମସିହା ଜାନୁଆରୀ ୨୬ତାରିଖରେ ଭାରତରେ ସମ୍ବିଧାନ ଆଇନ ପ୍ରଣୟନ ପରେ ଭାରତ ସମ୍ପୂର୍ଣ୍ଣ ରୂପେ ସ୍ବାଧୀନତା ହାସଲ କଲା । ସେହି ଐତିହାସିକ ଦିନଟିକୁ ମନେରଖିବା ପାଇଁ ପ୍ରତିବର୍ଷ ଜାନୁଆରୀ ୨୬ କୁ ପ୍ରତିଟି ଭାରତୀୟ ସାଧାରଣ ତନ୍ତ୍ର ଦିବସରୂପେ ପାଳନ କରି ଆସୁଛନ୍ତି । 
ଏହି ଅବସରରେ ଆଜି ପୁରୀ ଜିଲ୍ଲାର କୋଣାର୍କ, ଗୋପ, ସତ୍ୟବାଦୀ, ପିପିଲି ସମେତେ ବିଭିନ୍ନ ବ୍ଲକ ଓ ପଞ୍ଚାୟତ ସ୍ତର ସହ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଟାନ ଏବଂ ସମସ୍ତ ଶିକ୍ଷାନୁଷ୍ଟାନ ମାନଙ୍କରେ ଜାତୀୟ ପତାକା ଊତୋଳନ କରାଯାଇଥିଲା । ଯେଉଁଥିରେ ସମାଜର ସମସ୍ତ ବର୍ଗର ଜନସାଧାରଣ ଙ୍କ ସହ ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇଥିଲେ । ପରେ ସାଧାରଣ ସଭାକରାଯାଇ ବକ୍ତୃତା ଦେବା ପରେ ବିଭିନ୍ନ ସ୍ଲୋଗାନ ଓ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଏବଂ କୁନି କୁନି ଛାତ୍ରଛାତ୍ରୀ ଙ୍କୁ ଏହି ପବିତ୍ର ଦିନର ମହାତ୍ମ୍ ବୁଝାଇ ଦିଆଯାଇଥିଲା । 
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts