Breaking News

କୃଷ୍ଠ ଆଶ୍ରମ ରେ ମହାତ୍ମା ଗାନ୍ଧୀ ଙ୍କ ମହାପ୍ରୟାଣ ଦିବସ ପାଳିତ


 ପୁରୀ-----  ଜାନୁୟାରୀ ୩୦ ତାରିଖ ଦିନ ପୁରୀ ଲୋକନାଥ ରୋଡ ଠାରେ ଥିବା ଜୀବନର ମାଜି ପଲି କୃଷ୍ଠ ଆଶ୍ରମ ରେ ମହାତ୍ମା ଗାନ୍ଧୀ ଙ୍କ ମହାପ୍ରୟାଣ ଦିବସ ଓ କୃଷ୍ଠ ରୋଗ ନିରୋଧ ଦିବସ ପାଳନ ହୋଇଯାଇଛି । ଉତ୍ସବ ରେ ମୁଖ୍ୟ ଅଥିତି ଭାବେ ରାମକୃଷ୍ଣ ସେବାଶ୍ରମ ର ମୁଖ୍ୟ ସ୍ୱାମୀ ଜାପାନନ୍ଦ ଜୀ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ଓଡିଶା ସରକାର ଏବଂ(ଏ ଡି ପି ଏଚ ଓ)ଡ଼ଃ. ଇନ୍ଦିରା ମହାପାତ୍ର  ( ଡି ଏଲ ସି) ଦେବଦୁଲାର ନାୟକ ଓ ଶ୍ରଦ୍ଧା ଫାଉଣ୍ଡେସନ  ଟ୍ରଷ୍ଟ ର ସମ୍ପାଦକ  ପ୍ରଭାତ ଚନ୍ଦ୍ର ସାମନ୍ତରାୟ,  ହିନ୍ଦ କୃଷ୍ଠ ନିବାରଣ ଆଜୀବନ ସଭ୍ୟ ଶ୍ରୀ ଭଗବାନ ପ୍ରଧାନ ଓ ସତ୍ୟନାରାୟଣ କୃଷ୍ଠ ସେବାଶ୍ରମ ସମ୍ପାଦକ ଓ ସଭାପତି ତା ସହିତ ମେଘମାଳ ପଣ୍ଡା ଉପସ୍ଥିତ ରହିଥିଲେ ।  ଦୃଷ୍ଟିହୀନ ଶିକ୍ଷୟିତ୍ରୀ ସେ ରାମଧୁନ ସଙ୍ଗୀତ ଗାନ କରିଥିଲେ ସେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଦୃଷ୍ଟିହୀନ ସ୍କୁଲ ରେ ଶିକ୍ଷକତା କରୁଛନ୍ତି ।   ଶିକ୍ଷୟତ୍ରୀ ଦୀପାଳି ସାହୁ  କୃଷ୍ଠ ରୋଗୀ ଆଶ୍ରମ ରେ ଲୁଗା କମ୍ବଳ ଲୁଙ୍ଗି ଗାମୁଛା ମହିଳାଙ୍କ ପାଇଁ ଲୁଗା ପ୍ରଦାନ କରାଯାଉଥିଲା 
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts