Breaking News

ଅଳଗୁମ ଗ୍ରାମ ପଞ୍ଚାୟତକୁ ସବୁଜ ବଳୟ କରିବା ପାଇଁ ବୃକ୍ଷ ରୋପଣ

D Senapati
Sakhigopal
ସାକ୍ଷୀଗୋପାଳ ----- ଗତ ସାମୁଦ୍ରିକ ବାତ୍ୟାରେ ସତ୍ୟବାଦୀରେ ସବୁଠାରୁ ଅଧିକ କ୍ଷତି ହୋଇଛି । ବହୁ ପୁରାତନ ଗଛ ଗୁଡିକ ଭାଙ୍ଗି ରୁଜି ଯାଇଛି । ଅଳଗୁମ ଗ୍ରାମକୁ ସବୁଜ ବଳୟ କରିବା ପାଇଁ  ଆଗେଇ ଆସିଛନ୍ତି ବିଭିନ୍ନ ସଂଗଠନ ଓ ସ୍ୱେଚ୍ଛାସେବୀ ମାନେ । ସତ୍ୟବାଦୀ ବ୍ଳକ ଅଳଗୁମ ଗ୍ରାମ ପଞ୍ଚୟାତର ଖଣ୍ଡାୟତ ସାହିର ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା  ମାନେ ମିଳିତ ହୋଇ ଗ୍ରାମ୍ୟ ରାସ୍ତାର ଉଭୟପାଶ୍ୱର୍ରେ ବିଭିନ୍ନ ବୃକ୍ଷ ରୋପଣ କରିଛନ୍ତି । ଏହି ଗଛ ଗୁଡିକ କିପରି ବଞ୍ଚିବ ସେଥିପାଇଁ ମଧ୍ୟ ଉଦ୍ଦ୍ୟମ ଆରମ୍ଭ ହୋଇଛି ।  ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ  ସ୍ୱୋଚ୍ଛାସେବୀ  ନକୁଳ ବିଶ୍ୱାଳ, ପ୍ରଶାନ୍ତ କୁମାର ବିଶ୍ୱାଳ,ବିକାଶ ବିଶ୍ୱାଳ, ପ୍ରସାଦ ବିଶ୍ୱାଳ, ବିକାଶ ପ୍ରଧାନ, ସତ୍ୟବ୍ରତ ସାହୁ, ଦୁଷ୍ମନ୍ତ ବିଶ୍ୱାଳ,ଅବକାଶ ବିଶ୍ୱାଳ,   କାର୍ତ୍ତିକ ବିଶ୍ୱାଳ, ଆଲୋକ ବିଶ୍ୱାଳ, ଦେବଓ ସାମାଜିକ କର୍ମୀ ଭରତ ରାଉତ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଛନ୍ତି । ଆଗାମୀ ଦିନରେ ଅଳଗୁମ ସହିତ ଆଖ ପାଖ ଅଞ୍ଚଳରେ ଖାଲି ପଡିଥିବା ଯାଗା ଗୁଡିକରେ ବୃକ୍ଷ ରୋପଣ କରାଯିବ ବୋଲି ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts