ଚନ୍ଦ୍ରଭାଗା ମାଘମେଳା ପାଇଁ ଶେଷ ପ୍ରସ୍ତୁତି ବୈଠକ
କୋଣାର୍କ --- ଆସନ୍ତା ଜାନୁୟାରୀ ମାସ ୩୧ ଓ ଫେବୃୟାରୀ ମାସ ୧ ତାରିଖରେ ଅନୁଷ୍ଠିତ ହେବ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ମାଘମେଳା । ଚଳିତ ବର୍ଷ ଶନିବାର ମାଘମେଳା ଅନୁଷ୍ଠିତ ହେଉଥିବାରୁ ପବିତ୍ର ଚନ୍ଦ୍ରଭାଗା ତୀର୍ଥ ପୂଷ୍କରଣୀ ଓ ମହୋଦଧିରେ ୫ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବାର ପୂର୍ବାନୁମାନ କରିଛି ଜିଲ୍ଲା ପ୍ରଶାସନ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମାଘମେଳାର ମୁଖ୍ୟ ଆକର୍ଷଣ ତିନି ଠାକୁର ମାଧିପୁର ଗ୍ରାମର ବାବା ତ୍ରିବେଣୀଶ୍ୱର, ସନ୍ଥପୁର ଗ୍ରାମର ଈଶାଣେଶ୍ୱର ଓ କୁରୁଜଙ୍ଗ ଗ୍ରାମର ଦକ୍ଷିଣେଶ୍ୱର ମହାଦେବ । ଠାକୁରଙ୍କ ରୀତିନୀତି, ପୂଜା, ହୋମ ଓ ଶୋଭାଯାତ୍ରା ଏବଂ ମେଳାସହ ଜଡ଼ିତ ଥିବା ସମସ୍ତ ବିଭାଗର ଅଧିକାରୀଙ୍କ ସହ କିଭଳି ପୂର୍ବ ପ୍ରସ୍ତୁତି ହୋଇଛି ସେ ସମ୍ବନ୍ଦରେ ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଳା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକାରୀ ଉମାଶଙ୍କର ଦାଶ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ, ଉପ ଜିଲାପାଳ ଭବତାରଣ ସାହୁ, ଗୋପ ତହସିଲଦାର ପୃଥିବୀରାଜ ମଣ୍ଡଳ, କୋଣାର୍କ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଏମ. ଶ୍ରୀନିବାସନ, କାକଟପୁର ମଣ୍ଡଳ ଉନ୍ନୟନ ଅଧିକାରୀ ସୁଧିର କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡିଆଇବି ଡିଏସପି ଉମାକାନ୍ତ ମଲ୍ଲିକ, ନିମାପଡ଼ା ଏସଡିପିଓ ପ୍ରଦିପ୍ତ କୁମାର ଦଳାଇ, କୋଣାର୍କ ଥାନାଧିକାରୀ ରଞ୍ଜନ ମଲ୍ଲିକ, ଜିଲ୍ଲା ସହକାରୀ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରରେଜକାନ୍ତ ପ୍ରଧାନ, ଶ୍ରୀ ଜିୟୁଙ୍କ ଦାଇତ୍ୱରେ ଥିବା ଗୋପ-କୋଣାର୍କ, କାକଟପୁର, ଅସ୍ତରଙ୍ଗ ଓ ନିମାପଡ ତହସିଲଦାର ଏବଂ ବିଡିଓଙ୍କ ସମେତ ସ୍ଥାନୀୟ ବୁଦ୍ଧୀଜୀବୀ ଓ କୋଣାର୍କର ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ । ତୀର୍ଥ ପୁଷ୍କରଣୀରୁ ପଙ୍କ ଉଦ୍ଧାର ଓ ଜଳକୁ ବିଷୋଧନ କରିବା, ମୋଳାପଡ଼ିଆରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ଅସ୍ଥାୟୀ ନଳକୂପ ସହ ପାଣିଟ୍ୟାଙ୍କର ସୁବନ୍ଦୋବସ୍ତ କରିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା, ଅସ୍ଥାୟୀ ପାଇଖାନ ନିର୍ମାଣ, କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ସମ୍ମୁଖରେ ଥିବା ଏଏସଆଇର ପାର୍କିଂ, ଭାରତୀୟ ତ୍ରେଳ ପ୍ରତିଷ୍ଠାନର ବସ ପାର୍କିଂ, ବସଷ୍ଟାଣ୍ଡ ଓ ହେଲିପ୍ୟାଡ଼ ଠାରେ ଚାରିଚକିଆ ଯାନ ନିମନ୍ତେ ପାର୍କିଂ ପାଇଁ ସ୍ୱତନ୍ତ ବ୍ୟବସ୍ଥା କରିବା, ମେଳା ପଡିଆରେ ଦୂର୍ଘଟଣାକୁ ଏଡାଇବା ପାଇଁ ଅଗ୍ନୀ ଶମ ବିଭାଗ ପକ୍ଷରୁ ୨ଟି ୟୁନିଟ, ଜଣ ଲାଇଫିଗାର୍ଡ ଟିମି, ମୁତୟନ ରହିବା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ହଜିବା ଖୋଜିବା ମଞ୍ଚ ଓ ସାରାରାତି ସାଂସ୍କୃତିକ କାର୍ଯ୍ୟାକ୍ରମ ପରିବେଷଣ, ପୁଲିସ ପ୍ରଶାସନ ପକ୍ଷରୁ ସୂରକ୍ଷା ବ୍ୟବସ୍ତା କଡ଼ାକଡ଼ି କରାଯିବା ସହ ବିଦ୍ୟୁତ ବିଭାଗ ପକ୍ଷରୁ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ତା କରାଯାଇଛି । ଏନସିସି, ଏନଏସଏସ, ସ୍କାଉଟ ଗାଇଡ, ଯୁବକ ସଙ୍ଘ, ମହିଳା ସଙ୍ଗ, ସମେତ ସ୍କୁଲ ଓ କଲେଜର ୨୦୦ଜଣ ସ୍ୱେଚ୍ଛାସେବୀ ମେଳାରେ ମୁତୟନ ରହି ଶ୍ରଦ୍ଧାଳୁମାନଙ୍କୁ ସେବା ଯୋଗାଇଦେବେ । ମେଳାସହିତ ଜଡ଼ିତ ସମସ୍ତ କାର୍ଯ୍ୟକୁ ୩୦ ତାରିଖ ସୁଧା ସାରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ବଲୱନ୍ତ ସିଂ ନିର୍ଦ୍ଧେଶ ଦେଇଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ
କୋଣାର୍କରୁ ଅଜିତ କୁମାର ମଲିକ