ସଫେଇନାଳରୁ ଯୁବତୀଙ୍କ ମୃତଦେହ ଜବତ; ସୁପରିକଳ୍ପିତ ହତ୍ୟାକାଣ୍ଡ ସନ୍ଦେହ
ପିପିଲି---- ପିପିଲି ଥାନା ଅନ୍ତର୍ଗତ ତେଇସିପୁର-ନଡଖଣ୍ଡ ସଫେଇନାଳର ସୋଲଣା ଓ ଠଣଠଣା ଗ୍ରାମ ମଝି ସ୍ଥାନରୁ ଜନୈକା ଯୁବତୀଙ୍କ ଗଳିତ ମୃତଦେହକୁ ପିପିଲି ପୁଲିସ ଗୁରୁବାର ଅପରାହ୍ନରେ ଜବତ କରିଛି । ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସାଧାରଣରେ ସନ୍ଦେହ ହୋଇଛି । ମୃତଦେହକୁ ବ୍ୟବଚ୍ଛେଦ ପାଇର୍ ପୁରୀ ପଠାଇ ପୁଲିସ ଘଟଣାର ତଦନ୍ତ ଚଳାଇଛି । ତେବେ ମୃତା ଯୁବତୀଙ୍କ ପ୍ରକୃତ ପରିଚୟ ସଂପର୍କରେ ପୁଲିସ ଗଣମାଧ୍ୟମକୁ କୌଣସି ସୂଚନା ଦେଇନଥିବା ବେଳେ ଉକ୍ତ ଯୁବତୀଙ୍କ ନାମ ମମତା ଭୋଇ (୨୯) ଓ ତାଙ୍କ ଘର ଭୁବନେଶ୍ୱର ଅଞ୍ଚଳରେ ହୋଇଥିବା ଜଣାପଡିଛି । ଏନେଇ ପିପିଲି ପୁଲିସରେ ୨/୨୦୨୦ରେ ଏକ ଅପମୃତ ମାମଲା ରୁଜୁ ହୋଇଛି ।
ଆଜି କେତେକ ଲୋକେ ମାଛ ମାରିବାକୁ ଯାଇଥିଲେ । କଳକତି ଦଳ ଓ ପାଣି ମଧ୍ୟରେ ଜଣେ ଯୁବତୀଙ୍କ ଗଳିତ ମୃତଦେହ ମୁଣ୍ଡ ତଳକୁ କରି ଭାସୁଥିବାର ସେମାନେ ଦେଖିଥିଲେ । ଖବରଟି ଗ୍ରାମରେ ପହଞ୍ଚିବା ପରେ ପରେ ବିଜୁଳି ବେଗରେ ଚାରିଆଡେ ପ୍ରଚାର ହୋଇଯାଇଥିଲା । ଘଟଣାସ୍ଥଳରେ ଶହ ଶହ ଲୋକଙ୍କ ଭିଡ ଜମିଥିଲା । ଖବର ପାଇ ପିପିଲି ଆଇଆଇସି ଶରତ କୁମାର ସାହୁ, ଏସ୍ଆଇ ସଂଘମିତ୍ରା ଚାନ୍ଦ, ସାତଶଙ୍ଖ ଫାଣ୍ଡି ଅଧିକାରୀ ନାରାୟଣ ବେହେର. ଏଏସ୍ଆଇ ରବିନ୍ଦ୍ର କୁମାର ନାୟକ ପ୍ରମୁଖ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ôଚ ମୃତଦେହକୁ ପାଣି ମଧ୍ୟରୁ ଉଦ୍ଦାର କରିଥିଲେ । ଉକ୍ତ ଯୁବତୀ ଜଣକ ଏକ ସାଲ୍ୱାର ପଞ୍ଜାବୀ ପିନ୍ଧିଥିବା ବେଳେ ଶବଟି ସଂପୂର୍ଣ୍ଣ ଭାବେ ପଚି ଯାଇଥିବା ପରିଲକ୍ଷିତ ହୋଇଥିଲା । ଶବ ଠାରୁ କିଛି ଦୂରରେ ପଡିଥିବା ବ୍ୟାଗ୍ରୁ ଏକ ଆଧାର କାର୍ଡ ମିଳିଥିଲା । ଉକ୍ତ ଆଧାର କାର୍ଡଟି ଜନୈକା ମମତା ଭୋଇ(୨୯)ଙ୍କର ହୋଇଥିବା ବେଳେ ତାଙ୍କ ଠିକଣା ଭୁବନେଶ୍ୱର ଅଞ୍ଚଳରେ ହୋଇଥିବା ଜାଣିବା ପରେ ପିପିଲି ପୁଲିସ କମିଶନରେଟ୍ ପୁଲିସ ସହ ଯୋଗାଯୋଗ କରିଥିଲା । ମମତାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ସଂନ୍ଧ୍ୟାରେ ପହଞ୍ôଚଥିବା ବେଳେ କୌଣସି ଲିଖିତ ଅଭିଯୋଗ କରିନଥିବା ଜଣାପଡିଛି ।
ପିପିଲିରୁ ବିଜୟ କୁମାର ମହାପାତ୍ର