ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୭୧ତମ ଜନରାଜ୍ୟ ଦିବସ ପାଳିତ
ସାକ୍ଷୀଗୋପାଳ--- ସାକ୍ଷୀଗୋପାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ୭୧ତମଜନରାଜ୍ୟ ଦିବସ ପାଳିତ ହୋଇଯାଇଛି । ଛାତ୍ରୀ ମାନଙ୍କ ଦ୍ୱାରା ପ୍ରଭାତ ଫେରି ସହିତ ପଞ୍ଚସଖାଙ୍କ ସମାଧିପୀଠରେ ମାଲ୍ୟାର୍ପଣ କରାଯାଇଥିଲା । ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗୀତାରାଣି ମିଶ୍ର ଜାତୀୟ ପତାକା ଉତେ୍ତାଳନ କରିଥିଲେ । ବିଦ୍ୟାଳୟର ଅନ୍ୟ ଶିକ୍ଷୟତୀ ଓ ଶିକ୍ଷକ ମାନେ ଜନରାଜ୍ୟ ସମ୍ପର୍କରେ ଅଭିଭାଷଣ ଦେଇଥିଲେ । ପିଲାମାନେ ବକ୍ତବ୍ୟ ପ୍ରଦାନ କରିବା ସହ ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ । ଶେଷରେ ପିଲାମାନଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି