Breaking News

ଇକୋ ରିଟ୍ରିଟ ପରିସରରେ ଦୁଇଦିନିଆ ଜାତୀୟ ପର୍ଯ୍ୟଟନ ସମ୍ମିଳନୀକୁ ଉଦଘାଟନ କଲେ ରାଜ୍ୟପାଳ

କୋଣାର୍କ---- ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ-ପୁରୀ ବେଳାମାର୍ଗ ସାହୁଖଣତା ଠାରେ  ମେରାଇନ୍ ଡ୍ରାଇଭି ଇକୋ ରିଟ୍ରିଟ ଟେଣ୍ଟ ଭିଲେଜ ପରିସରରେ ଗୁରୁବାର ସନ୍ଧ୍ୟାରେ ଆରମ୍ଭ ହୋଇଛି ଦୁଇଦିନିଆ ଜାତୀୟ ପର୍ଯ୍ୟଟନ ସମ୍ମିଳନୀ ।  ଏହି ସମ୍ମିଳନୀକୁ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶିଲାଲ ଉଦଘାଟନ କରି ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଏବଂ କେନ୍ଦ୍ର ରାଜ୍ୟ ମଧ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ଆନ୍ତରିକତା ରହିଲେ ପର୍ଯ୍ୟଟନ ଓ ଶିଳ୍ପର ଆର୍ଥୀକ ଅଭିବୃଦ୍ଧି ସୁଦୃଢ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ସମ୍ମିଳନୀରେ ଗୁଜୁରାଟର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ଭସନ ଭାଇ ଅହିର ଓଡିଶାର ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପ୍ରାଣିଗ୍ରାହୀ, ପର୍ଯ୍ୟଟନ ବିଭାଗ ସଚିବ ବିଶାଲ କୁମାର ଦେବ, ପର୍ଯ୍ୟଟନ ବିଭାଗ ନିର୍ଦ୍ଧେଶକ ସଚିନ ରାମଚନ୍ଦ୍ର ଯାଦବ, ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର, ଭାରତୀୟ ଟୁର ଅପରେଟର ପୂର୍ବାଞ୍ଚଳ ଯୋନର ଅଧ୍ୟକ୍ଷ ଜେ. କେ. ମହାନ୍ତି ପ୍ରମୁଖ ଯୋଗଦେଇ ଗୁଜୁରାଟର ରାନ ଉତ୍ସବ ଢାଞ୍ଚାଚାରେ ଓଡିଶାରେ ପ୍ରଥମ ଥର ପାଇଁ କୋଣାର୍କରେ କରାଯାଇଥିବା ଇକୋ ରିଟ୍ରିଟ ଉତ୍ସବ-୨୦୧୯ ରାଜ୍ୟ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି କରିବା ସହ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିସୟ ସୃଷ୍ଠି କରିପାରଛି ବୋଲି ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହା ଦ୍ୱାରା ଓଡିଶାରେ ପର୍ଯ୍ୟଟକ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ବିଦେଶୀରେ ପ୍ରସାର ପ୍ରଚାର ହେବା ସହ ଦେଶର ପର୍ଯ୍ୟଟନର ମାନ ବୃଦ୍ଧିରେ ସହାୟକ ହୋଇପାରିଛି ବୋଲି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପ୍ରାଣିଗ୍ରାହୀ ମତବ୍ୟକ୍ତ କରିଥିଲେ । ଏହି ଦୁଇଦିନିଆ ଜାତୀୟ ପର୍ଯ୍ୟଟନ ସମ୍ମିଳନୀ ଶୁକ୍‌୍ରବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ  ଗୁଜୁରାଟର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଭସନଭାଇ ଅହେର ଏବଂ ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ଶିଳ୍ପର ପ୍ରତିନିଧିମାନେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଲେ । ଗୁଜୁରାଟର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ଭସନ ଭାଇ ଅହିର କୋଣାର୍କ-ପୁରୀ ବେଳାମାର୍ଗରେ ଆୟୋଜିତ ଇକୋ ରିଟ୍ରିଟ ପରିସରରେ ଆକାଶ ଛତାରେ ଉଡି ମଜା ଉଠାଇଥିବାର ଦେଖାଯାଇଥିଲା । 
କୋଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts