ସାରସ୍ୱତ ସରସ୍ୱତୀ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ
ବେଗୁନିଆ― ବେଗୁନିଆ ଥାନା ଅନ୍ତର୍ଗତ ସାନ ପଦରସ୍ଥିତ ସାରସ୍ୱତ ସରସ୍ୱତୀ ଵିଦ୍ୟାମନ୍ଦିରର ସପ୍ତମ ବାର୍ଷିକ ଉତ୍ସବ ଶିକ୍ଷାବିତ ରାଜକିଶୋର ବ୍ରହ୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାମନ୍ଦିର ପରିସରରେ ଆୟୋଜିତ ପୁରସ୍କାର ବିତରଣ ସଭାରେ ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ପ୍ରାଧ୍ୟାପକ ରବୀନ୍ଦ୍ରନାଥ ପାଣିଗ୍ରାହୀ ମୁଖ୍ୟ ଅତିଥି,ରଣପୁର ଗୋଷ୍ଠୀଶିକ୍ଷା ଅଧିକାରୀ ଉପେନ୍ଦ୍ର ନାଥ ସାହୁ ମୁଖ୍ୟବକ୍ତା, ଭାରତୀୟ ଶିକ୍ଷା ପରିଷଦ, ଓଡ଼ିଶାର ସମ୍ପାଦକ ହରିହର ସାହୁ,ପୂର୍ବତନ ସରପଞ୍ଚ ରଘୁନାଥ ସାହୁ ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୈକୁଣ୍ଠ ଚରଣ ନାୟକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ସାଧାରଣ ଶିକ୍ଷା ସହ ଶିକ୍ଷାର୍ଥୀର ମାନବୀୟ ମୂଲ୍ୟବୋଧ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ । ଉତ୍ସବର ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ସମ୍ପାଦକ ଶିତିକଣ୍ଠ ସାମନ୍ତରାୟ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ସୁନୀତା ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା ।ଶେଷରେ ଗୁରୁଜୀ ତୋଫାନ ବାରିକ ଧନ୍ୟବାଦ ଦେଇଥିଲେ । ପରେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ "ଅସହାୟ ପିତା ଓ ପୁତ୍ର "ନାଟକ ପରିବେଷଣ କରାଯାଇଥିଲା ।