Breaking News

ପୁରୀରେ ପହଞ୍ଚିଲା ରଥ ନିର୍ମାଣ ପାଇଁ କାଠ


ପୁରୀ ---- ପୁରୀ ରେ ଆସି ପହଞ୍ଚିଲା ରଥ ନିର୍ମାଣ ପାଇଁ କାଠ। ଏହା ପ୍ରଥମ ପର୍ଯ୍ୟାୟରେ ନୟାଗଡ଼ ବନ ଖଣ୍ଡରୁ ରଥ କାଠ ଆସି ରଥ ଖଳା ରେ ପହଞ୍ଚିଛି। ତେବେ ପ୍ରଥମ ପର୍ଯ୍ୟାୟରେ  ୫୩ଟି କାଠ ଆସିଛି। ଏହାକୁ ସ୍ୱରସ୍ବତୀ ପୂଜା ଦିନ ପୂଜା ହେବାର ବିଧି ରହିଛି।  ୨୦୨୦ରଥଯାତ୍ରା ନେଇ ପ୍ରକ୍ରିୟା  ଠାରୁ ଆରମ୍ଭ ହୋଇ ସାରିଛି।। ଚଳିତ ମାସ ୬ ତାରିଖରେ ରଥ କାଠ ଚିହ୍ନଟ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ୪ ଜଣିଆ ପ୍ରତିନିଧି ମଣ୍ଡଳୀ ନୟାଗଡ଼ ଗସ୍ତ କରି ଥିଲେ। ନୟାଗଡ଼ର ମା ବଡ଼ ରାଉଳ ଠାକୁରାଣୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇ ଥିଲା। ପରେ ତିନି ରଥ ର କାଠ ଚିହ୍ନଟ ସହ ଗଛ କଟା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ତିନି ରଥ ପାଇଁ 8୮ ଶହ ୬୫ଟି କାଠ ଆବଶ୍ୟକ ରହିଛି। ତେବେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ପୂର୍ବ ବର୍ଷ ୧୯୩ ଟି କାଠ ଗଛିତ ଥିବା ବେଳେ ଚଳିତ ବର୍ଷ ୬୭୨ଖଣ୍ଡ କାଠ ଆସିବ ବୋଲି ଜଣାପଡିଛି।
 ପୁରୀରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts