ରାଜସ୍ଥାନ ଜୟପୁରର ସେବା ଭାରତୀ ସଂଗଠନର କର୍ମକର୍ତ୍ତା ଗୋପବନ୍ଧୁଙ୍କ ଷଠି ଘରେ
ସାକ୍ଷୀଗୋପାଳ------ ସତ୍ୟବାଦୀ ବ୍ଳକର ସୁଆଣ୍ଡୋ ଗ୍ରାମରେ ରାଜସ୍ଥାନ ଜୟପୁରର ସାମାଜିକ ସଙ୍ଗଠନ ସେବା ଭାରତୀ ଅନୁଷ୍ଠାନର ଏକ ତିନିଜଣିଆ ଦଳ ପଣ୍ଡିତ ଗୋପବନ୍ଧୁଙ୍କ ଷଠି ଘରେ ପହଞ୍ଚିଛନ୍ତି । ଅନୁଷ୍ଠାନ ଭାରତର ୩୦ ରାଜ୍ୟରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ମହାପୁରଷଙ୍କ ଗୁଣଗାନ ପ୍ରଚାର ଓ ପ୍ରସାର କରିବା ପାଇଁ ଆରମ୍ଭ ହୋଇଛି ଏକ ଉଦ୍ଦ୍ୟମ । ଏହି ତିନିଜଣିଆ ଟିମ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଷଠି ଘରେ ପହଞ୍ଚି ମହାପୁରଷଙ୍କ ପ୍ରତିମୂର୍ତ୍ତି ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିଲେ । ପରେ ପରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଓଡିଶାରୁ ଗୋପବନ୍ଧୁ ଓ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବାଦାନ ପାଇଁ ଅନୁଷ୍ଠାନ ତଥ୍ୟ ସଂଗ୍ରହ କରିବା ପାଇଁ ସ୍ଥିର କରାଯାଇଛି ବୋଲି ସେମାନଙ୍କ ଠାରୁ ଜଣାପଡିଛି । ଜୟପୁରରେ ଏହି ସେବା ଶିବିର ଅନୁଷ୍ଠିତ ହେବ ବୋଲି ଓଡିଶାର ପଶ୍ଚିମଭାଗ ସେବା ସଙ୍ଗଠନଦିପକ କୁମାର ରାଉତ କହିଛନ୍ତି । ଶିବିରରେ ୫ହଜାର ଲୋକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଶିବିରରେ ୫ଟି ବ୍ଳକ ଗଠନ ହେବ । ସେଥି ମଧ୍ୟରୁ ଗୋଟିଏ ବ୍ଳକ ଗୋପବନ୍ଧୁଙ୍କ ବ୍ଳକ ରହିବ ବୋଲି ଅଖିଳ ଭାରତ କୃଷି ନେତା ତଥା କୃଷି ବୈଜ୍ଞାନିକ ମୋହିନୀ ମୋହନ ମିଶ୍ର କହନ୍ତି । ଶିବିରରେ ଗୋପବନ୍ଧୁଙ୍କବୃତଚିତ୍ର, ଲେଖା, ସେବା ତ୍ୟାଗର ବ୍ୟାପକ ପ୍ରଚାର ପ୍ରସାର କରାଯିବ ବୋଲି ଓଡିଶାର ସେବା ପ୍ରଭାରୀ ଖଟୁଆ କହନ୍ତି । ଏହି ଅବସରରେ ଗୋପବନ୍ଧୁଙ୍କ ନାତି ଧୀରେନ୍ଦ୍ର ନାଥ ଦାସ ସ୍ୱାଗତ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି