ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଦ୍ଵାରା ରଥଯାତ୍ରାରେ ସେବା ଅନୁଷ୍ଠିତ
ଜଟଣୀ :--ଶ୍ରୀ ଜଗନ୍ନାଥ ରଥଯାତ୍ରାର ଆଧ୍ୟାତ୍ମିକ ମାନସିକତା ସହ ସାମଞ୍ଜସ୍ୟ ରଖି ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ପାରାମେଡିକ୍ସ ଏବଂ ଏଲାଇଡ୍ ହେଲ୍ଥ ସାଇନ୍ସେସ୍ ଫାଉଣ୍ଡେସନ୍ ମିଳିତ ଭାବେ ରଥଯାତ୍ରା ରେ ସେବା" ଆରମ୍ଭ କରିଛନ୍ତି।
ଐତିହାସିକ ବଡ଼ଦଣ୍ଡରେ ଆୟୋଜିତ ଏହି ଶିବିରରେ ନିଶୁଳ୍କ ଚକ୍ଷୁ ପରୀକ୍ଷା ଓ ଚଷମା ବଣ୍ଟନ ସେବା ଯୋଗାଇ ଦିଆଯାଇଥିଲା । ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ୫୦୦ରୁ ଅଧିକ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ଏହି ସେବାରୁ ଲାଭାନ୍ୱିତ ହୋଇଛନ୍ତି।
ସ୍କୁଲ ଅଫ ପାରାମେଡିକ୍ସ ର ନିର୍ଦ୍ଦେଶକ ପ୍ରୋଫେସର୍ ଏସ. କେ. ଝାଙ୍କ ନେତୃତ୍ୱାଧୀନ ଦଳ ପ୍ରତି ଗଭୀର କୃତଜ୍ଞତା ଜଣାଇଛନ୍ତି। ଏହି ଶିବିରର ଉଦ୍ଦେଶ୍ୟ ଥିଲା ଆବଶ୍ୟକତା ଥିବା ଲୋକଙ୍କୁ ସେବା ଦେବା ଓ ଭିଡ଼ ଭିତରେ ଦୃଷ୍ଟି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ବୃଦ୍ଧି କରିବା। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୪/୭/୨୦୨୫----୭,୪୫ Sakhigopal News,4/7/2025