Breaking News

କୋଣାର୍କ ଭଗବତୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

କୋଣାର୍କ----  କୋଣାର୍କ ଭଗବତୀ ମହାବିଦ୍ୟାଳୟର ୪୧ତମ ବାର୍ଷିକ ଉତ୍ସବ ମହାସମାରୋହର ପାଳିତ ହୋଇଯାଇଛି । ମହାବିଦ୍ୟାଳୟ ପରିସରରେ ଥିବା ଗାନ୍ଧୀଙ୍କ ପ୍ରତିମୁର୍ତ୍ତିରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ । ଏହା ପରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ବିଷ୍ଣୁଚରଣ ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ କ୍ରୀଡା ଓ ଯୁବସେବା ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ସମ୍ମାନୀତ ଅତିଥିଭାବେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ମୁଖ୍ୟବକ୍ତା ଭାବେ ସାମନ୍ତ ଚନ୍ଦ୍ରଶେଖର  ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାନ୍ତି, ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ୱାଧୀନ ନାୟକ ପ୍ରମୁଖ ଅତିଥି ରୁପେ ଯୋଗ ଦେଇ ମହାବିଦ୍ୟାଳୟର ଉତ୍ସବକୁ ଉଦଘାଟନ କରିଥିଲେ । ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ କହିଥିଲେ କେବଲ ଶିକ୍ଷା କ୍ଷେତ୍ରରେ ନୁହେଁ ସମାଜର ବିଭିନ୍ନ କ୍ଷତ୍ରରେ ପ୍ରତିଭା ପ୍ରଦର୍ଶନ କରିବା ସହ ସାହାସୀ ଓ ସ୍ୱାଭିମାନୀ ହୋଇ ନିଜ ଦକ୍ଷତା ବଳରେ ଗୌରବ ଅର୍ଜନ କରିବା ପାଇଁ ଆହ୍ୱାନ ଦେଇଥିଲେ । ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନର ପ୍ରାଧ୍ୟାପିକା ଶେଫାଳି ପରିଜା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଅରବିନ୍ଦ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଁ ମହାବିଦ୍ୟାଳୟର ପୂରାତନ ଛାତ୍ର ,ରେଡିଓ ନମସ୍କାରର ଅଧ୍ୟକ୍ଷ ଏନ.ଏ. ଶାହା ଅନସାରୀ, ସାମ୍ବାଦିକ ମାନସରଞ୍ଜନ ପାତ୍ର ଓ ସମାଜସେବୀ ରାମକୃଷ୍ଣ ମହାନ୍ତିଙ୍କୁ ମହାବିଦ୍ୟାଳୟ ପକ୍ଷରୁ ମମ୍ବର୍ଦ୍ଧିତ  କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଷ୍ଣୁ ଚରଣ ମିଶ୍ର ମହାବିଦ୍ୟାଳୟର ସମସ୍ୟା ସମ୍ପର୍କରେ ଆଲୋକ ପାତ କରିଥିବା ବେଳେ ଉତ୍ସବ ଶେଷରେ ଓଡିଆ ବିଭାଗର ଅଧ୍ୟାପକ ଡ. ବଟୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।  ମହାବିଦ୍ୟାଳୟରେ ପୁର୍ବରୁ ଆୟୋଜିତ ଶୈକ୍ଷିକ ଓ ବିଭିନ କ୍ରିଡା ପ୍ରତିଯେଗୀତାରେ କୃତିତ୍ୱ ହାସଲ କରିଥିବା କୃତି ବିଦ୍ୟାର୍ଥୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା ।  ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର  ସାଂସ୍କୃତିକ କାର୍ଯ୍ୟକ୍ରମ ପରବେଷଣ କରିଥିଲେ । ଅଧିକାରୀ ଲେଫଟାଣ୍ଟ ବିନୟଭୂଷଣ ମହାନ୍ତିଙ୍କ ନେତୃତ୍ୱରେ କ୍ୟାଡେଟଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା  ଓ ସମସ୍ତ କର୍ମଚାରୀ ଏହି ବାର୍ଷିକୋତ୍ସବକୁ ପରିଚାଳନା କରିଥିଲେ ।
କୋଣାର୍କରୁ ଅଜିତ କୁମାର ମଲିକ

Blog Archive

Popular Posts