ଡେଲାଙ୍ଗ ------- ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନବମ ବାର୍ଷିକ କ୍ରୀଡା ଉତ୍ସବ ସ୍ଥାନୀୟ ରେଞ୍ଚ ସ୍ଥିତ ରେଳବାଇ ପଡିଆରେ ପାଳିତ ହୋଇଯାଇଛି । ଡେଲାଙ୍ଗ ଥାନାର ସବଇନସିପେକ୍ଟର ଉପେନ୍ଦ୍ର ନାଥ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ନବକିଶୋର ମହାପାତ୍ରଙ୍କ ତତ୍ତ୍ୱବଧାନରେ ଘୋଷବାଦ୍ୟ ସହ ବେରବୋଇ ଗାନ୍ଧୀପୀଠରୁ ଏକ ମଶାଲ ଶୋଭାଯାତ୍ରା ଡେଲାଙ୍ଗ ବଜାର ପରିକ୍ରମା କରି ଖେଳ ପଡିଆରେ ସ୍ଥାପନ କରାଯାଇଥିଲା । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବର୍ଗ ଅନୁଯାୟୀ ୫ହ ମି, ୧୦୦ ମି, ୨୦୦ ମି, ୪୦୦ଶହ, ୬୦୦ ମିଟର ଦୌଡ, ଲମ୍ବଡିଆଁ, ଉଚ୍ଚ ଡିଆଁ, ଗୋଳାଫିଙ୍ଗା, ଥାଳିଆପିଙ୍ଗା, ଅଙ୍କ ଦୌଡ, ବାଦା ଦୌଡ, ମ୍ୟୁଜିକିଚେୟାର ଇତ୍ୟାଦି ଖେଳ ପ୍ରତିଯୋଗିତା କରାଯାଇଥିଲା ।ଅପରାହ୍ନରେ କ୍ରୀଡା ଉତ୍ସବ ଉପଯାପନ ଉତ୍ସବ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଭାବେ ତହସିଲଦାର ରାଜେନ୍ଦ୍ରକୁମାର ଆଚାରୀଆ, ଡେଲାଙ୍ଗ ଥାନାର ସବ ଇନିସପେକ୍ଟର ଲାଇକା ମହାରଣା, ବିଦ୍ୟାମନ୍ଦିରର ସଭାପତି ବସନ୍ତ କୁମାର ଦାଶ, ଉପସଭାପତି ରାଜେଶ କୁମାର ବିଶ୍ୱାଳ ଯୋଗଦେଇଥିଲେ । ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନକରିଥିଲେ । ଶିକ୍ଷା ସହିତ କ୍ରୀଡା ଅଙ୍ଗିକାର ଭାବେ ଜଡିତ । କ୍ରୀଡା ଦ୍ୱାରା ଶାରୀରିକ ଓ ମାନସିକ ସନ୍ତୁଳନ ରହି ପାରିବ ବୋଲି ଯୋଗଦେଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ । ୪୬ ଟି ବିଭାଗରେ ୩୦୩ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । କ୍ରୀଡାରେ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରଷ୍କାର ପ୍ରଦାନ କରିଥିଲେ । ଶିଶୁ ବର୍ଗରେ ସାଇ ସୌରଭ ପଲେଇ, ସୁଶ୍ରୀ ଲକ୍ଷ୍ମୀପିୟା ସାହୁ ଏବଂ ବାଲ ବର୍ଗରେ ସୌମ୍ୟ ରଞ୍ଜନ ମଲିକ, ଶୁଭମ କୁମାର ବାରିକ ଅନ୍ୟାନ୍ୟା ଶୁଭ୍ର ମାନସୀ ବିଶ୍ୱାଳ ଏ ବର୍ଷ ପାଇଁ ଚମ୍ପିୟାନ ହୋଇଛନ୍ତି । କ୍ରୀଡା ଉତ୍ସବରେ ବିଦ୍ୟାମନ୍ଦିରର ସମସ୍ତ ଗୁରୁମା ଗୁରୁଜୀ, ପରିଚାଳକ ସଦସ୍ୟସଦସ୍ୟା, ଅଭିଭାବକ ମାନେ ସହଯୋଗ କରିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
 |
Delang |