Breaking News

ବାଲିଗୁଡ଼ାରେ ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ


ବାଲିଗୁଡ଼ା-----କନ୍ଧମାଳ ଜିଲ୍ଲାର ବାଲିଗୁଡା ଜାତୀୟ ମୁକ୍ତି ସଂଗ୍ରାମର ଦୁଇ ସଶସ୍ତ୍ର ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ୧୨୩ ତମ ଜୟନ୍ତୀ  ପାଳିତ ହୋଇଯାଇଛି ।  ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ସରକାରୀ ଓ ବେସରକାରୀ  ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଗୁଡିକରେ  ମହାସମାରୋହରେ ଜୟନ୍ତୀ ପାଳିତ ହୋଇ ଯାଇଛି l ଏହି ଅବସରରେ ଦୁଇ ସଂଗ୍ରାମୀ ଙ୍କ ଫୋଟୋ ଚିତ୍ରରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପୁଷ୍ପମାଲ୍ୟାର୍ପଣ କରି ଉଭୟଙ୍କ ବିଶ୍ୱାସ ଥିଲାଯେ ରକ୍ତ ନାହିଁ ତ ସଂଗ୍ରାମ ନାହିଁ  । ଏ ଦୁହେଁ ରକ୍ତାକ୍ତ ସ୍ୱାଧୀନତା ସଂଗ୍ରାମର ସ୍ଵାକ୍ଷର ।  ଏମାନଙ୍କ ସାହସ,ବୀରତ୍ୱ ଓ ଆତ୍ମବଳିର ଗାଥା ଥିଲା ଅତୁଳନୀୟ ବୋଲି ନିଜନିଜ ବକ୍ତବ୍ୟ ରେ ଆଲୋକପାତ କରିଥିଲେ ।
 କନ୍ଧମାଳ ରୁ ମନୋଜ କୁମାର ପଣ୍ଡା

Blog Archive

Popular Posts