Breaking News

ତିର୍ତ୍ତୋଲ ବ୍ଲକରେ ଭିନକ୍ଷମ ମାନଙ୍କୁ ପରିଚୟପତ୍ର ବଣ୍ଟନ ଶିବିର

କୁଜଙ୍ଗ----ଜଗତସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ପରିଚୟପତ୍ର ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବ୍ଲକର ୪୫ଜଣ ହିତାଧିକାରୀ ଯୋଗଦେଇ ଭିନ୍ନକ୍ଷମ ଚିହ୍ନଟ ପ୍ରକ୍ରିୟାରେ ସାମିଲ ହେବା ସହ ପରିଚୟପତ୍ର ପାଇଁ ଆବେଦନକରିଥିଲେ । ଏମାନଙ୍କ ମଧ୍ୟରୁ ୩୫ଜଣ ହିତାଧିକାରୀଙ୍କର ପରିଚୟପତ୍ର ପ୍ରସ୍ତୁତ ହୋଇଥିବା ବେଳେ ୧୦ଜଣଙ୍କର ଅନଲାଇନ ଯାଞ୍ଚହୋଇଥିଲା । ଏଥିରେ ଡାକ୍ତର ଶିବପ୍ରସାଦ ସେଠୀ, ପ୍ରିୟ ରଞ୍ଜନ ଜେନା ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କ ଚିହ୍ନଟ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଡିଓ ରଞ୍ଜନ କୁମାର ପରିଡା, ଡବ୍ଲ୍ୟୁଇଓ ପ୍ରଦିପ୍ତ ଦଳାଇ, ବିଏସଏସଓ ବିଜୟ କୁମାର ପାତ୍ର, ପ୍ରୋଗ୍ରାମ ସହାୟକ ଅରବିନ୍ଦ ଦାସ, ବିୱାଇସି ସତ୍ୟବ୍ରତ ଦାସଙ୍କ ସହିତ ମହିଳା ଶିଶୁ ବିକାଶ ବିଭାଗର ସୁପରଭାଇଜର ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।
 ଜଗତସିଂପୁରରୁ ପ୍ରଳୟ କୁମାର ମହାପାତ୍ର

Blog Archive

Popular Posts