Breaking News

ଅତାବିରା ବ୍ଲକର ଲାଦେରପାଲି ଛାତ୍ରଛାତ୍ରୀଙ୍କୁ ଜିଲ୍ଲାପାଳଙ୍କ ଲଳିପପ



 ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ଲାଦେର ପାଲି ଠାରେ ସ୍ଥାନୀୟ ଅଞ୍ଚଳର ପିଲା ମାନଙ୍କ ପାଇଁ ୧୯୮୬ମସିହାରେ ଗଢି ଉଠିଥିଲା ଏକ ଶିକ୍ଷା ଅନୁଷ୍ଠାନ ଲାଦେର ପାଲି ଉନ୍ନୀତ ଉଚ୍ଚବିଦ୍ୟାଳୟ। ହେଲେ ୨୦୧୦ ମସିହାରୁ ଅଶୋକା ବିଲଡ଼କାନ ଠିକା ସଂସ୍ଥା ୬ନଂ ଜାତୀୟରାଜପଥକୁ ସମ୍ପ୍ରସାରଣ କରି ଚାରିଥାକିଆ ୫୩ନଂ ଜାତୀୟ ରାଜପଥ ତିଆରି କରି ରାସ୍ତା କଡରେ ଥିବା ଘରଦ୍ୱାର,ସ୍କୁଲ କଲେଜ,ନଳକୂପ,ଦୀର୍ଘ ବର୍ଷରୁ ପଥଚାରି ଆଶ୍ରୟ ସ୍ଥଳୀ, ଗଛ,ବିଶ୍ରାମାଗାର ସବୁକୁ ଭାଙ୍ଗି ଉପାଡି ନିଜର ମାନମାନୀ ଭାବରେ କାର୍ଯ୍ୟ ଚଳାଇ ଆସୁଛି । ଏପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ତଥା ବେନିୟମ ଭାବେ ରାସ୍ତା ତିଆରି କରି ସ୍ଥାନୀୟ ଲୋକଙ୍କୁ ଭୁଆଁ ବୁଲାଇ ଚଢା ଦରରେ ଟୋଲ ଟିକସ ଆଦାୟ କରି ଲୋକଙ୍କୁ ଦେଇଥିବା ପ୍ରତିଶୃତି ଭୁଲିଯାଇ ନିଜ ସ୍ୱାର୍ଥ ହାସଲ ଦିଗରେ ମଜ୍ଜି ରହିଛି ବୋଲି ଲୋକମାନେ କହନ୍ତି । ଯାହା ଦୀର୍ଘ ୧୦ବର୍ଷ ହେବ ଲାଦେରପାଲି ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ମରଣ ଯନ୍ତାକୁ ଠେଲି ଦେଇଛି ଏହି ଠିକାଦାର ସଂସ୍ଥା । ରାଜରାସ୍ତା କଡରେ ଥିବା ଭଙ୍ଗା ଦଦରା ବାରଣ୍ଡା ପାଲଟିଥିଲା ପିଲାଙ୍କ ପାଠଶାଳା । ଏ ନେଇ ବାରମ୍ବାର ସ୍କୁଲ କମିଟି ତଥା ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଖବରକାଗଜ ତଥା ମିଡ଼ିଆ ମାଧ୍ୟମରେ ପ୍ରସାରିତ ହେବା ପରେ ୨୦୧୦ରୁ ପରିତ୍ୟକ୍ତ ଭାବରେ ମରଣ ଯନ୍ତା ଭାବେ ପଡିରହିଥିବା ସ୍କୁଲ ପ୍ରତି ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଥିଲା। ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନର ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରିପାଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରକାଶ ଯୋଶୀ,
ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ,ଅତାବିରା ତହସିଲଦାର ହୃଦାନନ୍ଦ ଅଡ୍ଡା,ଡିଡବ୍ଲୁଓ ଭରତ ଭୂଷଣ ବିଶ୍ୱାଳ,ଅତାବିରା ବ୍ଲକ ଶିକ୍ଷା ଅଧିକାରୀ ରାଜରାମ ମେହେର,ଅତାବିରା ଆରଆଇ ମିର୍ଧା ସ୍କୁଲ ପରିଦର୍ଶନରେ ଯାଇ ସ୍କୁଲ କମିଟି ଓ ଗାଁ ଲୋକଙ୍କ ସହ ଆଲୋଚନା କରିଥିଲେ । ତୁରନ୍ତ ଅଶୋକା ବିଲଡ଼କାନ  ଦେଇଥିବା ୭ଲକ୍ଷ ଟଙ୍କାରେ ପାଚେରି ନିର୍ମାଣ କରିବାକୁ କହିବା ସହ ସ୍ଥାନୀୟ ଏଫ ସି ଆଇ ପଛପାଖ ଖେଳ ପଡ଼ିଆ ନିକଟରେ ଥିବା ପଡ଼ିଆରେ ସ୍କୁଲ ଗୃହ ନିର୍ମାଣ ପାଇଁ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବାକୁ ସ୍ଥାନୀୟ ଲୋକଙ୍କୁ,ସ୍କୁଲ କମିଟି,ଛାତ୍ରଛାତ୍ରୀଙ୍କୁ ପ୍ରତିଶୃତି ଦେଇଥିଲେ ଜିଲ୍ଲାପାଳ। ହେଲେ ଏବେ ତାହା ଏକ ସିମେଣ୍ଟ,ଇଟା,ବାଲିର ଏକ ପରଦାରେ ମରଣଯନ୍ତା ଭାବେ  ପଡ଼ିରହିଛି । ଜିଲ୍ଲା ଅଧିକାରୀ ତଥା ଜିଲ୍ଲାପାଳ,ଉପଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଆପେ ବଞ୍ଚିଲେ ବାପର ନାଁ ଭଳି ଉଚ୍ଚ ପଦସ୍ଥ ଅଧିକାରୀ ହୋଇ ପ୍ରମୋସନ ପାଇ ଛାତ୍ରଛାତ୍ରୀଙ୍କୁ ଲଳିପପ ଦେଇ ଚାଲିଯାଇଛନ୍ତି ବୋଲି ଲୋକେ କହୁଛନ୍ତି। ତେବେ ଦେଖିବାକୁ ବାକି ରହିଲା ଜିଲ୍ଲାପାଳ ତ୍ରିପାଠୀ ଦେଇଥିବା ପତିଶ୍ରୁତି କେବେ ପୁରଣ ହେଉଛି ନାଁ ପ୍ରତିଶୃତି ପ୍ରତିଶ୍ରୁତିରେ ରହୁଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts