Breaking News

ସାକ୍ଷୀଗୋପାଳ ସତସଙ୍ଗ ବିହାର ଠାକୁର ଅନୁକୂଳଚନ୍ଦ୍ରଙ୍କ ଆଗମନୀ ମହୋତ୍ସବ


ସାକ୍ଷୀଗୋପାଳ ------- ସାକ୍ଷୀଗୋପାଳ ମନ୍ଦିର ନିକଟରୁ ଏକ ବର୍ଣ୍ଣାଡ୍ୟ ଶୋଭାଯାତ୍ରାରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଥଠାନବେତମ ଶ୍ରୀକ୍ଷେତ୍ରରୁ ସାକ୍ଷୀଗୋପାଳ ଆଗମନୀ ଓ ଦ୍ୱାଦଶ ବାର୍ଷିକ ସ୍କୃତି  ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ରେ ଶତାଧିକ ପୁରୁଷ ମହିଳା ମାନେ ଭଜନ କୀର୍ତ୍ତିନ, ଶଙ୍ଖ, ଘଣ୍ଟ, ହରିବୋଲ, ହୁଳହୁଳିପକାଇ  ସାକ୍ଷୀଗୋପାଳ ବଜାର ପରିକ୍ରମା କରି ସତ୍ୟବାଦୀ ବ୍ଳକ ଛକ ନିକଟରେ ଥିବା ସତ୍‌ସଙ୍ଗ ବିହାର ଠାରେ ପହଞ୍ଚିଥିଲା ।   ଏହି ଅବସରରେ ଶନିବାର ପ୍ରତ୍ୟୁଷ ବେଦ ମାଙ୍ଗଳିକ, ଉଷା କୀର୍ତ୍ତନ, ପ୍ରାତଃ ବିନତି, ସଙ୍ଗୀତାଞ୍ଜଳୀ, ସତ୍‌ସଙ୍ଗ ଓ ସଦାଲୋଚନା ସହିତ ସ୍ମରଣିକା ତପୋ ଦୀପାଳି ଉନ୍ମୋଚନ କରାଯାଇଥିଲା । ସତସଙ୍ଗ  ବିହାର ଠାରେ ଏକ ଆଧ୍ୟାତ୍ମିକ  ସଭାର ଆୟୋଜନ କରାଯାଇଥିଲା । ସର ପ୍ରତି ରିତିକି ଗୋପୀନାଥ ତ୍ରୀପାଠୀ  ଆଧ୍ୟାତ୍ମିକ ସଭାରେ ସଭାପତିତ୍ୱ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସରପ୍ରତି ରିତିକି ଭଗତ ଚରଣ ନାୟକ,  ଡମ୍ବୁରଧର ଦାଶ, ଅଭୟ କୁମାର ପରିଡା ପ୍ରମୁଖ  ଯୋଗଦେଇ ଠାକୁରଙ୍କ  ଭାବଧାର, ଆଦର୍ଶ  ଉପରେ ଆଲେକପାତ କରିଥିଲେ ।  ଉତ୍ସବ କମିଟିର ସଭାପତି ପ୍ରହ୍ଲାଦ ଘଟୁଆରୀ  କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସାକ୍ଷୀଗୋପାଳ ସତସଙ୍ଗ  ବିହାରର ସଭାପତି ରିତିକ୍ ରାଧାଶ୍ୟାମ ମିଶ୍ର, ନଗେନ୍ଦ୍ର ମହାନ୍ତି, ଭ୍ରମର ବର ସ୍ୱାଇଁ, ବଳଭଦ୍ର ମହାପାତ୍ର ପ୍ରମୁଖ ଉତ୍ସବ ପରିଚାଳନା କରିବାରେ ସହଯୋଗ କରିଥିଲେ ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts