Breaking News

ଅତାବିରା ଆହାରକେନ୍ଦ୍ରକୁ ଅଚାନକ ପରିଦର୍ଶନ କଲେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ


 N Das
Baragarh 
  ବରଗଡ଼ --- ବରଗଡ଼ ଜିଲ୍ଲାର ଅତାବିରା ଏନଏସି ଅଞ୍ଚଳରେ ଏକ ଆହର କେନ୍ଦ୍ର ରହିଛି । ଏହି ଆହର କେନ୍ଦ୍ରରେ ବେପାରୀ, କାର୍ଯ୍ୟକରୁଥିବା ଅନେକ କର୍ମଚାରୀ, ଦିନ ମଜୁରିଆ, ଗରିବ ଲୋକମାନେ  ପାଞ୍ଚଟଙ୍କା ଦେଇ ଖାଦ୍ୟ ଖାଇଥାନ୍ତି । ସକାଳ ସମୟରେ ତିନିଶହ ଏବଂ ସନ୍ଧ୍ୟାରେ ପଚାଶ ଲୋକଙ୍କପାଇଁ ଆସିଥାଏ ଖାଇବା ଭାତ, ଡାଲି ଏବଂ ଆଚାର । ଏହି ଖାଇବା ଯୋଗାଇଥାଏ ସମ୍ବଲପୁରର ମାନା କମ୍ପାନୀ । ଆଜି ହଠାତ  ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଆହାରକେନ୍ଦ୍ରକୁ ପରିଦର୍ଶନ କରିଥିଲେ ।  ସେଠାରେ ଦେଖାଯାଇଥିଲା ପାଣିଆ ଡାଲି ସେଥିରେ ନଥିଲା କୌଣସି ପନିପରିବା ।  କେବଳ ଡାଲିପାଣି ଓ ଆଚାରରେ ମିଶାଯାଉଛି ପାଣି ।  ଏହିଭଳି ଖାଦ୍ୟ ଖାଉଥିବା ଦେଖି ବିଧାୟିକା ବିରକ୍ତି ପ୍ରକାଶ କରିଥିଲେ  ଆହାରକେନ୍ଦ୍ର ଅଧିକାରୀଙ୍କ ସହିତ କଥାହୋଇ ଠିକ ଭାବରେ ଖାଦ୍ୟ ଯୋଗାଇବାପାଇଁ କହିଥିଲେ । ସରକାରଙ୍କ ୫ଟି କିପରି କାମକରୁଛି ତାହା ଜାଣିବା ପାଇଁ ଖୋଦ ୫ଟି ର ମୁଖ୍ୟସଚିବ ସମସ୍ତ ଆହାର ଏବଂ ଡାକ୍ତରଖାନା ବୁଲି ଦେଖୁଛନ୍ତି । ହେଲେ ଅତାବିରାରେ ତାହା କେତେଦୂର ସଫଳ ହୋଇପାରିଛି  ବିଧାୟିକାଙ୍କ ପରିଦର୍ଶନ ସମୟର ଏହିଦୃଶ୍ୟରୁ ଜଣାପଡ଼ୁଛି । ଦେଖାଯାଉ ଅତାବିରା ଆହାରକେନ୍ଦ୍ରରେ ମିଳୁଥିବା ଖାଦ୍ୟ ର ମାନଗୁଣ ପରିବର୍ତ୍ତନ ହେଉଛି ନା ନିମ୍ନଗାମୀ ହେଉଛି ତାହା ଦେଖିବାକୁ ବାକି ରହିଲା ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts