Breaking News

ରାଜରାସ୍ତାରେ ଅଳିଆ, ସଫା କରିବ କିଏ ; ଏନଏସି ନଉଛି ୧୦,ଆର ଏମ୍ ସି ନଉଛି ୧୦ ,ଲୋକେ ହୀନସ୍ତା.....


 N Das
Baragarh 

  ବରଗଡ଼ ----ବରଗଡ଼ ଜିଲ୍ଲା ଅତାବିରା ଏନଏସି ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥ କଡରେ ବରଗଡ଼-ସମ୍ବଲପୁର ୱେରେଆର ଏମ୍ ସି ମାର୍କେଟ।  ଅଞ୍ଚଳର ସବୁଠୁ ବଡ଼ ପରିବା ସାପ୍ତାହିକ ବଜାର। ଯାହା ଏନଏସି ଓ ଆର ଏମ୍ ସି ନିଜ ଅର୍ଥ ବୃଦ୍ଧି କରିବା ପାଇଁଁ ରାଜରାସ୍ତା ଉପରେ ବେପାରୀ ମାନଙ୍କୁ ସ୍ଥାନ ଦେଇ ତାଙ୍କଠୁଁ ପ୍ରତ୍ୟହ ୧୦ଟଙ୍କା ଲେଖାଏଁ ଅସୁଲି କରୁଛନ୍ତି। ବାରମ୍ବାର ଏହି ରାଜରାସ୍ତାରେ ଟ୍ରାଫିକ ସମସ୍ୟା ସହ ମର୍ମନ୍ତୁଦ ଦୁର୍ଘଟଣା ମାନ ଘଟି ଯାଉଛି । ଖବରକାଗଜ ମିଡ଼ିଆ ମାଧ୍ୟମରେ ପ୍ରକାଶିତ ହୋଇ ଅବଗତ କରାଯାଉଛି । ମାତ୍ର ବରଗଡ଼-ସମ୍ବଲପୁର ରାସ୍ତା ଉପରେ ହାଟ ହେଉଥିଲା ତ ଏବେ ପୁଣି ସମ୍ବଲପୁର-ବରଗଡ଼ ରାସ୍ତା କୁ ମଧ୍ୟ ବେପାରୀ ମାନେ ସ୍ଥାନୀୟ ପ୍ରଶାସନର ଅଧିକାରୀଙ୍କ ନିଦ୍ଦେର୍ଶରେ  ବେପାର ଜମାଇଛନ୍ତି ।  ଏଥିଯୋଗୁଁ ରାଜରାସ୍ତା ଉପରେ ଗାଡି ମୋଟର ରଖି ରାସ୍ତାକୁ ଅକ୍ତିଆର କରିଦେଉଛନ୍ତି। ଯାହା ଫଳରେ ସ୍ଥାନୀୟ ସ୍କୁଲ ପିଲା ତଥା ଲୋକଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି ।  ମୁଖ୍ୟ ରାଜରାସ୍ତାରେ ଯିବା ଆସିବା କରିବା ସମ୍ଭବପର ହେଉନାହିଁ ।  ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣାର ଶିକାର ହେଉଛନ୍ତି ଜନସାଧାରଣ । ସେହିଭଳି ସଫେଇକୁ ନେଇ ପ୍ରଶ୍ନ ଉଠେ। ବଜାର ବସାଇ ଦୁଇ କାର୍ଯ୍ୟାଳୟ  ଟ ୧୦ଟଙ୍କା ଲେଖାଏଁ ଅସୁଲି କଲେ ହେଲେ ସଫା କରିବ କିଏ ବୋଲି ଲୋକେ କହନ୍ତି।        ବ୍ୟବସାୟୀ ମାନେ ବେପାର କରିବା ପାଇଁ ପଇସା ଦେଉଛନ୍ତି । ଯେଉଁ ଅଫିସ ପଇସା ନେଉଛନ୍ତି ସେମାନେ ଅଳିଆ ସଫା କରିବା ଦାୟିତ୍ବ ତାଙ୍କର ବୋଲି ବ୍ୟବସାୟି ମାନେ କହନ୍ତି।  ବେସରକାରୀ ଅନୁଷ୍ଠାନ ଓ ନେତା ମନ୍ତ୍ରୀ ସ୍ୱଚ୍ଛତା ପକ୍ଷ ପାଳନ କରି ଫଟୋ ଉଠାଇ ବାଃ ବାଃ ନେଉଥିବା ବେଳେ ଏହି ରାଜରାସ୍ତାଟି ଏବେ ଅଳିଆ ହୋଇ ପଡିଛି।ତେବେ ଏନେଇ ବରଗଡ଼ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଜନସାଧରଣରେ ଦାବି ହେଉଛି। 
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts