ବରଗଡ଼ ଜିଲ୍ଲାରେ ଚୋରଙ୍କ ଦୌରାତ୍ମ ବୃଦ୍ଧି ,ସ୍ଥାଣୁ ପାଲଟିଛି ପୋଲିସ
ବରଗଡ଼----- ବରଗଡ଼ ଜିଲ୍ଲା ଅବାଧ ନିଶା କାରବାର ସହ ଚୋରଙ୍କ ଦୌରାତ୍ମ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବରଗଡ଼ ଜିଲ୍ଲାରେ ୫୩ନଂ ରାଜରାସ୍ତା ଭେଦକରି ଯାଇଥିବାବେଳେ ରାଜରାସ୍ତା କଡ଼ ଷ୍ଟିଟ ଲାଇଟ ସାମ୍ନା ତଥା ସିସି କ୍ୟାମେରା ସାମ୍ନାରୁ ଚୋରି,ଡକାୟତି,ଲୁଟମାର ଘଟଣା ବାରମ୍ବାର ଘଟି ଚାଲିଛି। ଜିଲ୍ଲାରେ ବୋମା ବିସ୍ପୋରଣ ଭଳି ଘଟଣା ଘଟିଯାଇଛି ହେଲେ ଏବେବି ପୋଲିସ ଅନ୍ଧାରରେ ବାଡ଼ି ବୁଲାଇ ଚାଲିଛି । ଏବେ ବି ପୋଲିସ ହାତ ଖାଲି । ସରକାରୀ ନିୟମକୁ ଉଲଙ୍ଘନ କରି ରାଜରାସ୍ତା ତଥା ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ସାମ୍ନାରେ ଚୋରା ମଦଦୋକାନ ମାନ ଖୋଲି ମାଫିଆ ମାନେ ନିଜର କାୟା ବିସ୍ତାର କରି ଚାଲିଛନ୍ତି। ଆଜିର ଯୁବପିଢ଼ିଙ୍କୁ ନିଶା କବଳକୁ ଟାଣି ନେଉଛନ୍ତି । ଯାହା ଫଳରେ କି ଅସାମାଜିକ କାର୍ଯ୍ୟ କଳାପ ତଥା ଘଟଣା ଦୁର୍ଘଟଣା ମାନ ଘଟି ଚାଲିଛି ।ଯାହାକି ଗତ ୨୪ତାରିଖ ବିଳମ୍ବିତ ରାତିରେ ବରଗଡ଼ ପାଣି ଛତର ଏରିଆରେ ଡୁପ୍ଲେସ୍କ ନଂ୧୩-ଗଣପତି ବିର୍ଲା କିଶୋର କୁମାର ଭୋଇଙ୍କ ଘରୁ ଗୋଟିଏ ବଜାଜ ଡିସ୍କଭର ଏମ୍ ପି ୧୯ ଏମ୍ ଡି ୧୬୯୭ ଗାଡିକୁ ପାଚେରି ଡେଇଁ ଭିତର ପଟୁ ତାଲା ଭାଙ୍ଗି ଚୋରି ହୋଇଛି।ଯାହା ୨୫ତାରିଖ ଟାଉନ ଥାନାରେ ଅଭିଯୋଗ ମଧ୍ୟ ଦିଆଯାଇଛି।ହେଲେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ ହେଇ ନଥିବା ଅଭିଯୋଗ କରିଛନ୍ତି ଶ୍ରୀଯୁକ୍ତ ଭୋଇ। ସେହିପରି ସେହି ସମୟରେ ତାଙ୍କ ଘର ସାମ୍ନାରେ ଥିବା ଘର କନଷ୍ଟ୍ରକ୍ସନ ହେଉଥିବା ସ୍ଥାନରୁ କୂଅରେ ଲାଗିଥିବା ପାଣିମଟର ଚୋରି ହୋଇଥିବାବେଳେ ଧନୁଯାତ୍ରା ସମୟରେ ୦୬.୦୧.୨୦୨୦ରେ ଗଙ୍ଗାଧର ଚୌହାନଙ୍କ ଘର ଫାଡି ଦିନ ଦ୍ବୀପହରେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହୋଇଛି ଓ କିଛିଦିନ ପୂର୍ବରୁ ସେଇ ନିକଟରେ ଥିବା ବାଉରୀ ବନ୍ଧୁ ମହାପାତ୍ରଙ୍କ ଘରୁ ମଧ୍ୟ ଚୋର କଳାକନା ବୁଲାଇ ଚମ୍ପଟ ମାରିଥିଲେ । ଏ ସମସ୍ତ ଘଟଣା ଥାନାରେ ଅଭିଯୋଗ ହେଇଥିଲା। ପୋଲିସ ଗୋଟିଏ ଚୋରି ଘଟଣା ର ପର୍ଦ୍ଦାଫାଶ କରି ପାରି ନାହିଁ। ଚୋରି ଯାଇଥିବା ଜିନିଷ ଉଦ୍ଧାର କରିବାରେ ପୋଲିସ ବିଫଳ ହୋଇଛି ବୋଲି ଲୋକମାନେ କହନ୍ତି । ଅଞ୍ଚଳରେ ଲୋକେ ନିଶା କାରବାରରେ ସାଙ୍ଗକୁ ଚୋରି ଡକାୟତି ମାନ ଯେମିତି ନିତିଦିନିଆ ସାଜିଛି।ଯାହା ପୋଲିସ ପ୍ରଶାସନ ଚେଇଁ ଶୋଇଛି ବୋଲି ଲୋକେ କହନ୍ତି।ସେହିପରି ବିଗତ ଦିନ ମାନଙ୍କରେ ଜାନୀ ଯାତ୍ରାରେ ଜୁଆଖେଳ ସହ ଘୁଡୁଘୁଡୁ ପଟି ଖେଳ,ସଟା ଖେଳ ଖୁଲେ ଆମରେ ପୋଲିସ ପ୍ରଶାସନ ସହ ଭାଗିଦାରିରେ ଚାଲିଛି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ।ଯାହା ଜିଲ୍ଲାବାସୀଙ୍କ ପାଇଁ ମୁଖ୍ୟ ସମସ୍ୟାର ବିଷୟ ହୋଇଛି।ତେବେ ଆଗକୁ ଦେଖିବାକୁ ବାକି ରହିଲା ଲୋକେ ଚୋରି,ଡକାୟତି,ଲୁଟମାର ରେ ଅତିଷ୍ଠ ହୋଇ ବାରମ୍ବାର ଲୋକେ ପୋଲିସ ପ୍ରଶାସନକୁ ଚେତଉ ଥିଲେ ହେଁ ଆଉ କେତେ ଦିନ ପରେ ପୋଲିସ ପ୍ରଶାସନର ନିଦ ଭାଙ୍ଗିବ। ଏଦିଗ ପ୍ରତି ଜିଲ୍ଲା ଏସପି ଓ ଜିଲ୍ଲାପାଳ ନଜର ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ....