Breaking News

ସରସ୍ୱତୀ ପୂଜା ଅବସରରେ ୬୦ତମ ବାର୍ଷିକ ଉତ୍ସବ "ପଲ୍ଲବ



 ବରଗଡ଼ ----  ଆଜି ବସନ୍ତ ପଞ୍ଚମୀ ମା ବୀଣାପାଣି ବାଗଦେବୀଙ୍କ ପୂଜା ଅବସରରେ ଅତବିରା ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ମା ବୀଣାପାଣିଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ପରେ ପରେ ୬୦ତମ ବାର୍ଷିକ ଉତ୍ସବ"ପଲ୍ଲବ" ଓ ମୋ ସ୍କୁଲ ଅଭିଯାନ ୨୦୧୯/୨୦ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍କୁଲର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଭୋଜରାଜ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅବସର ଶିକ୍ଷକ ତଥା ପୂର୍ବତନ ବିଧାୟକ କୁମର ବେହେରା,ଅବସର ଶିକ୍ଷକ ଋଷୁବ ସାହୁ,ଅବସର ଶିକ୍ଷକ ଦୁର୍ଯୋଧନ ପ୍ରଧାନ,ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷା ସ୍ନେହଳତା ରଣା ପ୍ରମୁଖ ସମ୍ବାନୀତ ଅତିଥି ରୂପେ ଯୋଗ ଦେଇଥିଲେ । ଅବସର ପ୍ରାପ୍ତ ଶିକ୍ଷକ ସତ୍ୟାନନ୍ଦ ପ୍ରଧାନ ଅତିଥିଭାବେ ମଞ୍ଚାସିନ ଥିଲେ।ସ୍କୁଲର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ସାହୁ ସଭାପତିତ୍ୱ କରିବା ସହ  ମଞ୍ଚ ପରିଚାଳନା କରିଥିଲେ ।ଅତିଥି ମାନଙ୍କ ଦ୍ୱାରା ବାଗଦେବୀ ବୀଣାପାଣିଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ସହ ଦ୍ୱୀପ ପ୍ରଜ୍ବଳନ କରିଥିଲେ । ପରେ ଛାତ୍ର ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ ହେଇଥିଲା। ଶିକ୍ଷୟିତ୍ରୀ ସୁପ୍ରଭା ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷୟିତ୍ରୀ ପଦ୍ମଳୟା ଭୋଇ ବାର୍ଷିକ ବିବରଣୀ ପଠନ କରିଥିଲେ।ଏହାପରେ ମଞ୍ଚାସିନ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସାଙ୍ଗକୁ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ୧୨୫ଜଣ ଛାତ୍ରଙ୍କୁ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମର ମଞ୍ଚକୁ ଶିକ୍ଷକ ଲବ ସାହୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଅତିଥି ମାନେ ସ୍କୁଲ ତଥା ଛାତ୍ରଛାତ୍ରୀଙ୍କ ପୁରୁଣା କଥାକୁ ମନେପକାଇ ଛାତ୍ର ତଥା ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଆଶିର୍ବାଦ ଗ୍ରହଣ କରିବା ପରେ ଅତିଥିମାନେ ଛାତ୍ର ମାନଙ୍କୁ କିପରି ଭାବେ ଅଧିକରୁ ଅଧିକ ଉଚ୍ଚ ସ୍ଥାନ ଅଧିକାର କରି ଅତାବିରା ଅଞ୍ଚଳକୁ ଗୌରବାନ୍ବିତ କରିବାକୁ  ମତପ୍ରକାଶ କରିଥିଲେ।ଏହାପରେ ଛାତ୍ର ମାନଙ୍କଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଜ୍ୟୋତି କିରଣ ମହାନ୍ତି, ପୁଷ୍ପାଞ୍ଜଳି ବିଶ୍ୱାଳ,ହେମଲତା ନାଏକ,ଜୋସ୍ନାମୟୀ ଖମାରୀ କର୍ମଚାରୀ ରାମ ମେହେର,ବଳରାମ ଜୁଏଡ଼ ଓ ଜନନୀ ମହାପାତ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିବାବେଳେ ସତ୍ୟାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ରୁ ନବୀନ ଦାଶ ରିପୋର୍ଟ

Blog Archive

Popular Posts